ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସେ ସ୍ୱାସ୍ଥ୍ୟସେବା ପାଇଁ ୧୩ ହଜାର କୋଟିର ବଜେଟ୍‌ ରଖଛନ୍ତି। ଏଥର ବଜେଟରେ ସ୍ୱାସ୍ଥ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବା ନିଜ ଅଭିଭାଷଣରେ କହିଛନ୍ତି ନିରଞ୍ଜନ ପୂଜାରୀ।

ଦୁର୍ଘଟଣାରେ ଗରୁତରଙ୍କୁ ଚିକିତ୍ସା ପାଇଁ ଫ୍ରି ଟ୍ରମା କେୟାର ଯୋଜନା କରାଯିବ। ଏଥିପାଇଁ ରାଜ୍ୟ ସରକାର ୪୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି।

ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି କଟକ ଏସ୍‌ସିବି ମେଡିକାଲକୁ ଏମ୍ସ ପ୍ଲସ କରିବା ପାଇଁ ୩୫୦୦ କୋଟି ବ୍ୟୟ ଯୋଜନା କରାଯାଇଛି। ଏହି କାର୍ଯ୍ୟ ଆଗାମୀ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଛଡ଼ା ଏସ୍‌ସିବି ପାଇଁ ଖର୍ଚ୍ଚ ସରକାର ୫୦୦ କୋଟି ଖର୍ଚ୍ଚ କରିବେ।

ସେହିପରି ଉତ୍କୃଷ୍ଟ ସ୍ଵାସ୍ଥ୍ୟସବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟିଟଙ୍କା ବ୍ୟୟ ବରାଦ କରାଯାଇଛି। ଏତଦବ୍ୟତୀତ ‘ନିରାମୟ’ ଯୋଜନାରେ ମାଗଣାରେ ଔଷଧ ଯୋଗାଇ ଦେବାପାଇଁ ୬ ଶହ କୋଟି, ‘ନିଦାନ’ ଯୋଜାନରେ ଦେୟମୁକ୍ତ ଭାବେ ରୋଗ ନିରପୂଣ ପାଇଁ ୨ ଶହ ୨୯ କୋଟି ଟଙ୍କା,  ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି ଲାଗି ୧ ଶହ ୬୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଜନସ୍ଵାସ୍ଥ୍ୟ କେନ୍ଦ୍ରରେ ପରମଳ ବ୍ୟବସ୍ଥା, ସଫେଇ, ନରାପତ୍ତା, ଉଦ୍ୟାନ, ଲିଫ୍ଟ ସେବା ଆଦିର ଗୁଣାତ୍ମକ ମାନ ବୃଦ୍ଧିପାଇଁ “ନମିର୍ଳ” ଯୋଜାନ ଜରିଆରେ ୩ ଶହ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ରାଜ୍ୟ କରୋନା ବିରୋଧୀ ଲଢେଇରେ ଭଲ ପ୍ରଦର୍ଶନ କରିଛି। ଏଥିପାଇଁ ରାଜ୍ୟକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Comment