ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁଁ ବାରିପଦାସ୍ଥିତ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ବ୍ୟବସାୟରୁ ରାଜନୀତିକୁ ଆସିଥିବା ବିମଳ ଦାସ ୨୦୦୯ ମସିହାରେ ବାରିପଦା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଟିକେଟରେ ସେ ନିର୍ବାଚନ ଲଢ଼ି ଜିତିଥିଲେ।

ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ଦୁର୍ନୀତି ମାମଲାରେ ୨୦୧୭ରେ ତାଙ୍କୁ ଏକ ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ଏହି ବ୍ୟାଙ୍କର ସଭାପତି ଥିଲେ। ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି ସେ କିଛି ବ୍ୟକ୍ତିଙ୍କୁ ଋଣ ଦେଇଥିବା ଅଭିଯୋଗ ହୋଇଥିଲା।

Comment