ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଆସିବା ପରେ ଯେତେବେଳେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଗଲା ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଓ କର୍ମଚାରୀ ଓଡ଼ିଶା ଫେରିଥିଲେ। ସେମାନଙ୍କ ନିର୍ଦ୍ଦିଷ୍ଟ ସଂଖ୍ୟା ଏବେ ଜଣାପଡିଛି। କରୋନା ସମୟରେ ଓଡ଼ିଶାକୁ ୧୦ ଲକ୍ଷ ଶ୍ରମିକ ଆସିଥିଲେ ବୋଲି ମଙ୍ଗଳବାର ବିଧାନସଭାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି।ବିଧାନସଭାରେ ମନ୍ତ୍ରୀ କହିଛନ୍ତି ଯେ, ମୋଟ ୧୦ ଲକ୍ଷ ୭ ହଜାର ୩୩୦ ଜଣ ପ୍ରବାସୀ ଓଡ଼ିଶା ଫେରିଥିଲେ। ବିଜେପି ବିଧାୟକ ମୁକେଶ ମହାଳିଙ୍ଗଙ୍କ ପ୍ରଶ୍ନ ପରେ ଗୃହରେ ମନ୍ତ୍ରୀ ଏହି ଉତ୍ତର ରଖିଥିଲେ। ଶ୍ରମିକମାନଙ୍କର ଏକ ବିସ୍ତୃତ ତାଲିକା ମଧ୍ୟ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି।

ମନ୍ତ୍ରୀ ଆହୁରି କହିଲେ ଯେ, ଏମାନଙ୍କ ମଧ୍ୟରୁ ବଲାଙ୍ଗିର, ବରଗଡ଼, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରୁ ୧ ଲକ୍ଷ ୫୩୫ ଜଣ ଶ୍ରମିକଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତେବେ ଇତି ମଧ୍ୟରେ ୩୫୦୯ ଶ୍ରମିକ ନିଜ ନିଜ କର୍ମକ୍ଷେତ୍ରକୁ ଫେରିଯାଇଥିବା କଥା ମନ୍ତ୍ରୀ ପ୍ରକାଶ କରିଛନ୍ତି।

Comment