ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ।ମହିଳାଙ୍କ ଅଧିକାର, ସମାଜରେ ସମାନତା ପାଇଁ ସଚେତନତା ସୃଷ୍ଟି କରିବା ହିଁ ଏହି ଦିବସର ମୂଳ ଉଦ୍ଦେଶ୍ୟ। ଏହି ଦିନ ମହିଳାଙ୍କ ତ୍ୟାଗକୁ ସମ୍ମାନ ଦିଆଯାଇଥାଏ। କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ମହିଳା ଦିବସ ପାଳନ କରାଯାଇଥାଏ। ଏ ବର୍ଷର ଥିମ୍‌ ରହିଛି ‘ଚୁଜ୍‌ ଟୁ ଚାଲେଞ୍ଜ୍’‌।

ଫଟୋ ସୌଜନ୍ୟ : ସୋସିଆଲ ମିଡିଆ

କେମିତି ଆରମ୍ଭ ହେଲା?

୧୯୦୮ ମସିହାରେ ଜଣେ ମହିଳା ଶ୍ରମିକଙ୍କ ଆନ୍ଦୋଳନ କାରଣରୁ ମହିଳା ଦିବସ ପାଳନ ହୋଇଛି। ଏହି ଦିନ ୧୫ ହଜାର ମହିଳା ଚାକିରି ସମୟ କମାଇବା ପାଇଁ, ଦରମା ବଢ଼ାଇବା ଓ ଅନ୍ୟ କିଛି ଅଧିକାର ଦାବି କରି ଆମେରିକାର ନ୍ୟୁୟର୍କ ସହରରେ ଆନ୍ଦୋଳନ କରିଥିଲେ। ଏହାପରେ ଆମେରିକାରେ ୨୮ ଫେବ୍ରୁଆରି ୧୯୦୯ରେ ପ୍ରଥମ ଥର ଜାତୀୟ ମହିଳା ଦିବସ ପାଳନ କରାଗଲା।

ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବାର କଳ୍ପନା ପ୍ରଥମେ ୧୯୧୦ ମସିଆରେ ଜର୍ମାନୀର କ୍ଲାରା ଜେଡକିଣ୍ଟ ରଖିଥିଲେ।

Comment