ଓଡ଼ିଶାଲାଇଭ୍‌ ବ୍ୟୁରୋCOVID19 new guideline

ଏପ୍ରିଲ ମାସ ପାଇଁ ଆସିଲା ଗାଇଡଲାଇନ। କରୋନା ସଂକ୍ରମଣ ବଢ଼ୁଥିବାରୁ ଏଥର ଟେଷ୍ଟିଂ, ଟାକ୍ରିଂ, ଟ୍ରିଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଯେଉଁଠି ଆରଟିପିସିଆର୍‌ ଟେଷ୍ଟ ବେଶୀ ହେଉନାହିଁ, ସେଠାରେ ଟେଷ୍ଟ ବଢ଼ାଇବାକୁ କୁହାଯାଇଛି। ନୂଆ ପଜିଟିଭ କେସ୍‌କୁ ତୁରନ୍ତ ଟ୍ରାକ କରି ଆଇସୋଲେଟ ପାଇଁ ମଧ୍ୟ କୁହାଯାଇଛି।

ସେହିପରି ନୂଆ ଗାଇଡଲାଇନ ଅନୁସାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାରେ କୌଣସି ପ୍ରତିବନ୍ଧକ ଲଗାଇନାହାଁନ୍ତି କେନ୍ଦ୍ର ସରକାର। ଏହାସହ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡାକଡ଼ି ପାଳନ କରିବାକୁ କେନ୍ଦ୍ର ସରକାର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ନୂଆ ପଜିଟିଭ୍ କେସ୍‌କୁ ତୁରନ୍ତ ଟ୍ରାକ୍ କରି ଆଇସୋଲେଟ୍‌ ପାଇଁ ନିର୍ଦ୍ଦେଶ ଦେବା ସହିତ କରୋନାର ଏସ୍‌ଓପି ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ମଲ ଚଲାଇବାକୁ କୁହାଯାଇଛି।

ପୂର୍ବଭଳି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରାଯାଇଛି। ନୂଆ ଗାଇଡ୍‌ଲାଇନ୍ସ ଏପ୍ରିଲ ପହିଲାରୁ ୩୦ ଏପ୍ରିଲ ଯାଏଁ ବଳବତ୍ତର ରହିବ।

Comment