ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରଙ୍ଗର ପର୍ବ ହୋଲି। ହେଲେ କରୋନା ଭୟ ଥିବାରୁ କଟକଣାରେ ଦେଶବାସୀ ପାଳିଛନ୍ତି ଏହି ପର୍ବ। ଘର ଭିତରେ ପରସ୍ପରକୁ ରଙ୍ଗ ଲଗେଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଲୋକେ।

ଏହି ହୋଲିରେ ଗାଁରୁ ସହର ସବୁଠି ହୁଏ ସେଲିବ୍ରେସନ। ରଙ୍ଗ ଅବିରରେ ରଙ୍ଗୀନ ହୋଇଥାଏ ପୂରାଦେଶ। ଭଳିକି ଭଳି ଟୋପି ଓ ମୁଖା ପିନ୍ଧି ରଙ୍ଗ ପିଚକାରୀ ଖେଳରେ ଜମୁଥାଏ ହୋଲି। ହୋଲି ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ବି ଏବେ ପ୍ରାୟ ସବୁ ଧର୍ମରୁ ଲୋକେ ଏହି ପର୍ବକୁ ପାଳନ କରୁଛନ୍ତି। ଏଇ ପର୍ବରେ ଲୋକମାନେ ରାଧା କୃଷ୍ଣଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲେଇଥାନ୍ତି। ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚଦିନ ବ୍ୟାପି ପୂଜାର୍ଚ୍ଚନା କରାଯାଏ। ଏଥିସହିତ ହୋଲି ଦିନ ହୋଲିକା ଦହନ ମଧ୍ୟ କରାଯାଏ।

ପ୍ରତିବର୍ଷ ଭଳି ଏଥର ଏତେଟା ଧୁମଧାମ ହେଉନି। କୋରୋନା ଭାଇରସ ପାଇଁ ହୋଲି ଫିକା ପଡ଼ିଛି। ମେଳଣ ପର୍ବକୁ ମଧ୍ୟ ରଦ୍ଦ କରାଯାଇଛି।

Comment