ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ରଣପୁରରେ କରୋନା ସଂକ୍ରମଣ ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କରୋନାରେ ସଂକ୍ରମିତ ହେବା ଯୋଗୁଁ ସ୍ୱାମୀ, ସ୍ତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ଉଭୟଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ରଣପୁର ଥାନା ବେଗୁନିଆପାଟ୍ଟଣା ଗାଁର ଭିକାରୀ ପାତ୍ର ଓ ପତ୍ନୀ ଜୋତ୍ସ୍ନାରାଣୀ ପାତ୍ର କରୋନାରେ ଆକ୍ରାନ୍ତଳ ହୋଇଥିଲେ। ଏହାପରେ ସେ ଗୋଡ଼ିମଡ଼ା ଗାଁର ଏକ ଭଡ଼ାଘରେ ସଙ୍ଗରୋଧରେ ରହିଥିଲେ। ଗୁରୁବାର ମଧ୍ୟରାତିରେ ଉଭୟ ସେହି ଘରେ ଆତ୍ମହତ୍ୟା କରିଥିଲେ। ଶୁକ୍ରବାର ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଅନ୍ୟପଟେ ସେମାନଙ୍କ ପୁରୀରେ ରହୁଥିବା ମୃତ ପାତ୍ର ଦମ୍ପତିଙ୍କ ପୁଅ ଡମ୍ବରୁଧର ପାତ୍ର କରୋନା ସଂକ୍ରମଣରେ ଚିକିତ୍ସାଧିନ ଥିବା ଖବର ମିଳିଛି।

Comment