ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୪ ଦିନିଆ ଲକ୍‌ଡାଉନ୍‌ରେ କ’ଣ ସବୁ ନିୟମ ରହିଛି ଆସନ୍ତୁ ଜାଣିବା।

ଓଡ଼ିଶାରେ ଦିନକୁ ଦିନ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଉଛି। ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାର ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ଲକଡାଉନ୍‌ ଘୋଷଣା କରିଛନ୍ତି। ଯାତାୟତ ଓ ଜନ ଗହଳି କମାଇ ସଂକ୍ରମଣ ରୋକିବା ଲକଡାଉନ୍‌ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଥିଲେ। ତେବେ ଲକଡାଉନ୍‌ ବେଳେ କୌଣସି ପ୍ରକାର ମାଲ୍‌ ପରିବହନ, କୃଷି, ଆନୁସଙ୍ଗିକ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ଓ ଜରୁରୀ ସେବା ଯୋଗାଣକୁ ଏହି ଲକଡାଉନ୍‌ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଇଛି।

ଲକ୍‌ଡାଉନ୍‌ ନିୟମ

  • ସପ୍ତାହନ୍ତ ସଟଡାଉନ୍‌ ପୂର୍ବଭଳି ବଳବତ୍ତର ରହିବ।
  • ଅତ୍ୟାବଶ୍ୟକୀୟ ସେବା ଜାରି ରହିବ।
  • ବସ୍‌ ଚଳାଚଳ ବନ୍ଦ ରହିବ।
  • କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ, ତାଲିମ କେନ୍ଦ୍ର ବନ୍ଦ ରହିବ।
  • ରାଜ୍ୟ, ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଅନୁଷ୍ଠାନମାନଙ୍କ ଦ୍ୱାରା ହେବାକୁ ଥିବା ପରୀକ୍ଷା ସଂପୃକ୍ତ ବିଭାଗର ଅନୁମତି କ୍ରମେ କରାଯିବ।
  • ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ, ବସ୍‌, ଟ୍ୟାକ୍ସି, ଅଟୋ, ସାଇକେଲ ରିକ୍ସା ଚଳାଚଳ ବନ୍ଦ ରହିବ।
  • ସିନେମା ହଲ୍‌, ସପିଂ ମଲ୍‌, ସେଲୁନ, ପାର୍ଲର, ସ୍ପା, ମାର୍କେଟ କମ୍ଲେକ୍ସ, ଜିମ୍‌, ଯାତ୍ରା, ଅପେରା, ଖୋଲାମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ରହିବ।
  • ମନ୍ଦିର ଓ ଧାର୍ମିକ ଅନୁଷ୍ଠାନମାନ ବନ୍ଦ ରହିବ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି ବିବାହ କାର୍ଯ୍ୟ ଆୟୋଜନ ହୋଇପାରିବ। ବିବାହରେ ସର୍ବାଧିକ ୫୦ ଜଣ, ଶୁଦ୍ଧିକାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ମିଳିବ।
  • ଲକଡାଉନ୍‌ ସମୟରେ ବ୍ୟାଙ୍କ୍‌ ଏଟିଏମ୍‌, ଇନସ୍ୟୁରାନ୍ସ, ୠଣ ସମବାୟ ସମିତି ଆଦି ଚାଲୁ ରହିବ।
  • ଫ୍ଲିପ୍‌କାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବ୍ୟବସ୍ଥାକୁ ଅନୁମତି ମିଳିବ। ଛାପା, ବୈଦ୍ୟୁତିକ, ଗଣମାଧ୍ୟମ, ଓ୍ୱେବ ମିଡିଆକୁ ଅନୁମତି ମିଳିବ।
  • ପେଟ୍ରୋଲ ପମ୍ପ, ରନ୍ଧନ ଗ୍ୟାସ ଯୋଗାଣ, ଗ୍ୟାରେଜ, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବାକୁ ଅନୁମତି ମିଳିବ।
  • କୃଷି, ପଶୁପାଳନ, ମତ୍ସ୍ୟଚାଷ ଆଦି ଚାଲୁ ରହିବ। କୃଷି ଓ ଆନୁସଙ୍ଗିକ କାର୍ଯ୍ୟ ନିମନ୍ତେ ଆବଶ୍ୟକ ବିହନ ସାର, କୀଟନାଶକ ଦୋକାନ ଖୋଲା ରହିବ।
  • ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ଗ୍ରୋସରୀ, ଫଳ ଦୋକାନ ସକାଳ ୬ରୁ ୧୨ଟା ଯାଏଁ ଖୋଲା ରହିବ।
  • ରେସ୍ତୋରାଁ, ଢାବାରେ କେବଳ ଖାଦ୍ୟ ପାର୍ସଲ ଦେବାକୁ ଅନୁମତି ମିଳିବ।
  • ଦୈନନ୍ଦିନ ଓ ସାପ୍ତାହିକ ହାଟ ବନ୍ଦ ରହିବ।
  • ବୃଦ୍ଧାଶ୍ରମ, ଭିନ୍ନକ୍ଷମ କେନ୍ଦ୍ର ଆଦି ସେମାନଙ୍କର କାର୍ଯ୍ୟ ଚାଲୁ ରଖିପାରିବେ।
  • ସପ୍ତାହରେ ରବିବାରକୁ ଛାଡ଼ି ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ଟିକାକରଣ ଜାରି ରହିବ।
  • ଆହାର କେନ୍ଦ୍ର ଖୋଲା ରହିବ। (କେବଳ ପାର୍ସଲ ନେଇ ପାରିବେ)
  • ସମସ୍ତ ପ୍ରକାର ସରକାରୀ, ବେସରକାରୀ ଶିଳ୍ପାନୁଷ୍ଠାନ,ନିର୍ମାଣ କାର୍ଯ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି କାର୍ଯ୍ୟ ଚାଲୁ ରହିବ।
  • ରାଜ୍ୟ ସରକାରଙ୍କ ସମସ୍ତ ଜରୁରୀକାଳୀନ ସେବା ସମ୍ପର୍କିତ କାର୍ଯ୍ୟାଳୟ ଓ କୋଭିଡ୍ ପରିଚାଳନା ସମ୍ପର୍କିତ କାର୍ଯ୍ୟ ଚାଲୁ ରହିବ।
  • ବିଭିନ୍ନ ଗ୍ରାମ ଓ ସହାରାଞ୍ଚଳରେ ସଂକ୍ରମଣ ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିପାରିବେ।

Comment