ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ ସହ ମୁକାବିଲା ପାଇଁ ଏବେ ରାଜ୍ୟରେ ଟିକାକରଣ ଅଭିଯାନ ଚାଲିଛି। ଟିକା ନେବାକୁ ପ୍ରଥମେ ପଞ୍ଜୀକରଣ କରିବାକୁ କୁହାଯାଇଥିଲେ ବି ଅନେକ ବିନା ପଞ୍ଜୀକରଣରେ ଟିକା କେନ୍ଦ୍ରକୁ ଯାଉଛନ୍ତି, ଯାହାଦ୍ୱାରା ଟିକାକେନ୍ଦ୍ରରେ ଭିଡ଼ ହେଉଛି। ତେଣୁ ବିନା ପଞ୍ଜୀକରଣରେ ଟିକା କେନ୍ଦ୍ରକୁ ନ ଆସିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି।

‘‘ଟିକାକରଣ ପାଇଁ ପୂର୍ବରୁ ପଞ୍ଜୀକରଣ କରନ୍ତୁ ଏବଂ ନିର୍ଦ୍ଧାରିତ ସୂଚୀ ଅନୁସାରେ ଟିକା ନିଅନ୍ତୁ। ନିର୍ଦ୍ଧାରିତ ସୂଚୀରେ ଟିକାକରଣ କେନ୍ଦ୍ରକୁ ଆସିବା ପରେ ସଂପୃକ୍ତ କେନ୍ଦ୍ରରେ ଯଥା ସମ୍ଭବ ଦୂରତା ବଜାୟ ରଖନ୍ତୁ। ସଠିକ୍ ଭାବରେ ମାସ୍କ ପିନ୍ଧନ୍ତୁ’’, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକଥା କୁହାଯାଇଛି।

ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ଟିକାକରଣ ଚାଲିଛି। ଟିକାକରଣକୁ ନେଇ ଏବେ କିଛି ଲୋକ ଦ୍ୱନ୍ଦ୍ୱରେ ରହିଛନ୍ତି। ତେଣୁ ଅନଲାଇନରେ ପଞ୍ଜୀକରଣ ନକରି ଟିକା ପାଇଁ କିଛି ଲୋକ ସିଧାସଳଖ ଟିକା କେନ୍ଦ୍ରକୁ ଯାଉଥିବା ଦୃଶ୍ୟ ଦେଖାଯାଉଛି। ଏହାଦ୍ୱାରା ଟିକା କେନ୍ଦ୍ରରେ ଅଧିକ ଭିଡ଼ ଦେଖାଯାଉଛି। ଫଳରେ ସଂକ୍ରମଣ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ବିନା ପଞ୍ଜୀକରଣରେ ଟିକ କେନ୍ଦ୍ରକୁ ନ ଆସିବାକୁ ସରକାର କହୁଛନ୍ତି।

Comment