ଓଡ଼ିଶାଲାଇଭ୍ ବ୍ୟୁରୋ

ଆଫଗାନିସ୍ତାନରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ତାଲିବାନ ବିଦ୍ରୋହୀମାନେ ଦେଶର ପ୍ରାୟ ସମସ୍ତ ସ୍ଥାନକୁ କବ୍‌ଜା କରିସାରିଥିବା ବେଳେ ଏବେ ରାଜଧାନୀ କାବୁଲକୁ କବ୍‌ଜା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରବିବାର ତାଲିବାନ୍ ସଂଗଠନର ବନ୍ଧୁକଧାରୀମାନେ କାବୁଲ ଗେଟ୍ ପାଖରେ ଅଟକି ରହିଥିବା ଜଣେ ତାଲିବାନୀ ମୁଖପାତ୍ର କହିଛନ୍ତି। ତେଣୁ ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ଆଫଗାନିସ୍ତାନ ତାଲିବାନ୍ କବ୍‌ଜାକୁ ଆସିବ ବୋଲି ସ୍ପଷ୍ଟ ହୋଇସାରିଛି।

ରବିବାର ସକାଳୁ ଆଫଗାନିସ୍ତାନର ଜଲାଲାବାଦ ସହରକୁ ତାଲବାନ୍ ଦଖଲ କରିନେଇଛି। ଏହା ପୂର୍ବରୁ ଗଜ୍‌ନି, ହେରାକ୍, କାନ୍ଦାହାର, ମଜାରିଫ୍ ସହରକୁ ମଧ୍ୟ ତାଲିବାନ୍ ଦଖଲକୁ ନେଇସାରିଛି। ଆଫଗାନିସ୍ତାନରେ ତାଲିବାନ୍ ଦମନକାରୀ ସରକାର ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଥିବାରୁ ସେଠାକାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜୀବନ ବଞ୍ଚାଇବାକୁ ଲୋକମାନେ ପଳାୟନ କରିବାରେ ଲାଗିଛନ୍ତି। ହେଲେ ଲୋକମାନଙ୍କୁ କୌଣସି କ୍ଷତି ପହଞ୍ଚାଇବନି ବୋଲି ତାଲିବାନ୍ କହିଛି।ତେବେ ଆଫଗାନିସ୍ତାନ ସରକାର ରାଜଧାନୀ କାବୁଲକୁ ଶାନ୍ତିପୂର୍ଣ୍ଣ ଭାବେ ତାଲିବାନ୍ ହାତକୁ ଦେଇଦେବାକୁ ସଂଗଠନ ପକ୍ଷରୁ କୁହାଯାଇଛି। କିନ୍ତୁ ଆଫଗାନିସ୍ତାନର ଉପରାଷ୍ଟ୍ରପତି କହିଛନ୍ତି ଯେ, ଶେଷ ଯାଏଁ ତାଙ୍କ ସରକାର ତାଲିବାନ୍ ବିରୋଧରେ ଲଢ଼ିବେ।

ଅନ୍ୟପଟେ ଆଫଗାନିସ୍ତାନରେ ତାଲିବାନ୍ ସରକାର ବନାଇଲେ ଆମେରିକା, ୟୁରୋପ ଓ ଏସିଆ ଆଦି ମହାଦେଶର ଅନେକ ଦେଶ ତାଲିବାନ୍ ସରକାରକୁ ସ୍ୱୀକୃତି ଦେବେ ନାହିଁ ବୋଲି ସିଧାସଳଖ କହିସାରିଛନ୍ତି। ତେଣୁ ବିଦ୍ରୋହକୁ ଦୃଷ୍ଟିରେ ରଖି ଡେନମାର୍କ ଓ ଜର୍ମାନୀ ସରକାର କାବୁଲରେ ଥିବା ତାଙ୍କ ଦୂତାବାସକୁ ଅସ୍ଥାୟୀ ଭାବେ ବନ୍ଦ କରିଦେଇଛନ୍ତି।Taliban Afganistan Issueଆଫଗାନିସ୍ତାନରେ ତାଲିବାନ୍‌ର ଏହି ଦଖଲ ଭାରତ ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଧୀରେ ଧୀରେ ଘନେଇବାରେ ଲାଗିଲାଣି। କାହିଁକି ନା ଇତି ମଧ୍ୟରେ ଆଫଗାନିସ୍ତାନରେ ରକ୍ତର ହୋଲି ଖେଳୁଥିବା ତାଲିବାନ୍ ଭାରତକୁ ଚେତାବନୀ ଦେଇଛି। ଯଦି ଭାରତ ସରକାର ଆଫଗାନିସ୍ତାନକୁ ସେନା ପଠାଇବାର ଯୋଜନା କରନ୍ତି ତେବେ ତାହାର ପରିଣତି ଭୟାବହ ହେବ ବୋଲି ତାଲିବାନ୍‌ର ମୁଖପାତ୍ର ମହମ୍ମଦ ସୁହୈଲ ସାହିନ୍ ଗଣମାଧ୍ୟମରେ ଚେତାବନୀ ଦେଇଛନ୍ତି।

ସେହିପରି କଶ୍ମୀର ପୃଷ୍ଠଭୂମିରେ ପାକିସ୍ତାନର ବଦମାସୀ ହେତୁ ତାଲିବାନ୍ ପ୍ରତି ମଧ୍ୟ ଭାରତ ସରକାର ସତର୍କ ଦୃଷ୍ଟି ରଖିବା ନିତାନ୍ତ ଆବଶ୍ୟକ ବୋଲି ବୃଦ୍ଧିଜୀବିମାନେ ମତ ଦେଇଛନ୍ତି।ଆଫାଗାନିସ୍ତାନକୁ ସୁରକ୍ଷା ଯୋଗାଇ ଦେବା ପାଇଁ ୨୦୦୧ରୁ ଆମେରିକୀୟ ସେନା ସେଠାରେ ମୁତୟନ ଥିଲା। କିନ୍ତୁ ଧୀରେ ଧୀରେ ଆମେରିକା ସରକାର ସେଠାରୁ ସେନା ପ୍ରତ୍ୟାହାର କରିନେଇଥିଲେ। ଏହାପରେ ବିଦ୍ରୋଦୀ ସଂଗଠନ ତାଲିବାନ୍ ସକ୍ରିୟ ହୋଇ ପୂରା ଆଫଗାନିସ୍ତାନକୁ ନିଜ ଦଖଲକୁ ଆଣିବାରେ ଲାଗିଛି।

Comment