ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଗୁରୁବାର ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବିବାହ ବିଚ୍ଛେଦ ମାମଲାରେ ତ୍ୱରିତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କର ଏହି ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ।

କୋର୍ଟରେ ଏଭଳି ଅନେକ ବିବାହ ବିଚ୍ଛେଦ ମାମଲା ପଡ଼ି ରହିଛି। ସବୁ ମାମଲାର ଯେଉଁଭଳି ଭାବେ ଶୁଣାଣି ହେଉଛି ଅନୁଭବ-ବର୍ଷାଙ୍କ ମାମଲାର ଶୁଣାଣି ମଧ୍ୟ ସେହିଭଳି ହେବ ବୋଲି କୋର୍ଟ କହିଛନ୍ତି।

କଟକ ଫ୍ୟାମିଲି କୋର୍ଟରେ ବିଚାରାଧୀନ ତାଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ନିର୍ଦ୍ଧାରିତ ସମୟସୀମା ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ଲୋଡ଼ି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ମାର୍ଚ୍ଚ ୫ ତାରିଖରରେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବିଭିନ୍ନ କାରଣରୁ ଛାଡ଼ପତ୍ର ଆବେଦନର ଶୁଣାଣି ଘୁଞ୍ଚି ଚାଲିଥିବାରୁ ଅନୁଭବ ତ୍ୱରିତ ଶୁଣାଣି ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୦୨୦ ସେପ୍ଟେମ୍ବର ମାସରୁ ବର୍ଷା ଅନୁଭବଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଛି। ଉଭୟଙ୍କ ବିବାହ ବିଚ୍ଛେଦ ମାମଲା ଏବେ ବିଚାରାଧୀନ ରହିଛି।

Comment