ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଶୁକ୍ରବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଆଉ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳୁନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଇସ୍ତଫା ପତ୍ରରେ ଲେଖିଛନ୍ତି।

ଦଳରେ ଥିଲା ବେଳେ ତାଙ୍କୁ ଜନ ସାଧାରଣଙ୍କଠାରୁ ଅନେକ ଭଲ ପାଇବା ମିଳିଛି। ତେବେ କିଛି କିଛି ଲୋକଙ୍କ ଯୋଗୁଁ ଦଳ ଏବେ ନିଜର ବିଶ୍ୱସନୀୟତା ହରାଉଛି। ଏହାକୁ ଫେରିପାଇବାକୁ ହେଲେ କଂଗ୍ରେସକୁ ବହୁତ ସମୟ ଲାଗିବ ବୋଲି ପ୍ରଦୀପ ତାଙ୍କ ଚିଠିରେ ଲେଖିଛନ୍ତି।

ପ୍ରଦୀପ ମାଝି ବର୍ତମାନ ପିସିସିର କାର୍ଯ୍ୟକାରୀ ସଭାପତି ଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସେ ଅତି ଘନିଷ୍ଠ ଥିଲେ। ଦୁଇ ସପ୍ତାହ ପୂର୍ବରୁ ସେ ଦିଲ୍ଲୀରେ ରାହୁଲଙ୍କୁ ବି ଭେଟିଥିଲେ। ନବରଙ୍ଗପୁରରୁ ସେ ୨୦୦୯ରୁ ୨୦୧୪ ଯାଏଁ ସାଂସଦ ଥିଲେ । ରାଜ୍ୟ କଂଗ୍ରେସର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବି ଥିଲେ ପ୍ରଦୀପ ମାଝି।

ସେ ବାରମ୍ବାର ବିଜେଡିକୁ ଯାଉଥିବା ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ସେ କଂଗ୍ରେସ ଛାଡିଛନ୍ତି । ତେଣୁ ସେ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି।

Comment