ଓଡ଼ିଶାଲାଇଭ୍ ବ୍ୟୁରୋ

Monsoonଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ସମଗ୍ର ଓଡ଼ିଶାରୁ ବିଦାୟ ନେଇଛି। ଚଳିତ ବର୍ଷ ରାଜ୍ୟରୁ ୭ ଦିନ ବିଳମ୍ଵରେ ଯାଇଛି ମୌସୁମୀ ବାୟୁ। ବିଳମ୍ଵରେ ଯାଇଥିଲେ ମଧ୍ୟ ଏଥର ରାଜ୍ୟରେ ୧୦ ପ୍ରତିଶତ କମ୍ ବର୍ଷା ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ ମୌସୁମୀ ବାୟୁ ରାଜ୍ୟରେ ଏଥର ୪ ମାସ ୫ ଦିନ ବଦଳରେ ୪ ମାସ ୧୩ ରହିଥିଲା। ଗତ ଜୁନ୍ ୧୦ ବେଳକୁ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିଥିଲା ମୌସୁମୀ। ଏହାପରେ ଜୁନ୍ ୧୩ ଆଡ଼କୁ ସମଗ୍ର ରାଜ୍ୟକୁ ମୌସୁମୀ ସକ୍ରିୟ ହୋଇଥିଲା।

ମୌସୁମୀ ଆସିବା ପରେ ସାଧାରଣତଃ ଜୁନ୍ ୧ରୁ ଅକ୍ଟୋବର ୨୩ ମଧ୍ୟରେ ରାଜ୍ୟରେ ସମୁଦାୟ ୧୨୪୩.୮ ମିଲିମିଟର ବର୍ଷା ହୋଇଥାଏ। ହେଲେ ଏ ବର୍ଷ ଏହି ସମୟ ମଧ୍ୟରେ ରାଜ୍ୟରେ ସମୁଦାୟ ୧୧୨୨.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ଵାଭାବିକଠାରୁ ୧୦ ପ୍ରତିଶତ କମ୍।

ମୌସୁମୀ ଯିବା ପରେ ରାଜ୍ୟରେ ଏବେ ଶୀତ ପ୍ରବେଶ ଆରମ୍ଭ ହୋଇଯାଇଛି। ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ଖସିବାରେ ଲାଗିଛି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପାରଦ ଖସି ଶୀତ ପ୍ରବାହ ଆରମ୍ଭ ହୋଇଛି।

Comment