ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଓଡ଼ିଶାର ୬ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଦିନ ୧୦ଟା ପରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି।

ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସୋନପୁର। ଏଠାରେ ତାପମାତ୍ରା ୪୪.୫ ଡିଗ୍ରୀ ଉପରେ ରହିଛି। ସେହିପରି ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ଵରରେ ୪୧.୧ ଡିଗ୍ରୀ, ଚାନ୍ଦବାଲିରେ ୩୮ ଡିଗ୍ରୀ, କଟକରେ ୩୭ ଡିଗ୍ରୀ, ପାରାଦୀପରେ ୩୩.୧ ଡିଗ୍ରୀ, ଭୁବନେଶ୍ଵରରେ ୩୭.୧ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨ ଡିଗ୍ରୀ ଏବଂ ଅନୁଗୁଳରେ ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ବାରିପଦାରେ ୪୦.୪ ଡିଗ୍ରୀ, ଝାରସୁଗୁଡ଼ାରେ ୪୩ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ସମ୍ବଲପୁରରେ ୪୨.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୪୩ ଡିଗ୍ରୀ ଏବଂ ହିରାକୁଦରେ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହିତ ଭବାନୀପାଟଣାରେ  ୪୧.୫ ଡିଗ୍ରୀ, କୋରାପୁଟରେ ୩୬ ଡିଗ୍ରୀ, ଫୁଲବାଣୀରେ ୩୦.୨ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Tags: #Summer #Weather #HeatWave #Odisha

Comment