ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷରେ ଉଦ୍ଧାର ହେଲା ରାହୁଲ। ବୋରଓ୍ଵେଲରୁ ଟନେଲ ଦେଇ ବୁଧବାର, ଜୁନ ୧୫ ତାରିଖରେ ରାହୁଲକୁ ବାହାରକୁ ବାହାର କରାଯାଇଛି। ଅନିଲ ନାମକ ଯବାନ ରାହୁଲକୁ ଉଦ୍ଧାର କରିଥିଲେ। ରାହୁଲକୁ ଉଦ୍ଧାର କରାଯିବା ପରେ ତାକୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ନିଆଯାଇଥିଲା। ସେଠାରୁ ଗ୍ରୀନ କରିଡର କରାଯାଇ ତାକୁ ଡାକ୍ତରଖାନାକୁ ନିଆଯାଇଛି।

ଆମ୍ବୁଲାନ୍ସରେ ଉପସ୍ଥିତ ମେଡିକାଲ ଟିମ୍ ରାହୁଲର ସ୍ଵାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ତୁରନ୍ତ ତାକୁ ଡାକ୍ତରଖାନାକୁ ନିଆଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ଗତ ଶୁକ୍ରବାର ଛତିଶଗଡ଼ରୁ ଏକ ଖବର ଆସିଥିଲା ଜଣେ ୧୦ ବର୍ଷର ବାଳକ ରାହୁଲ ଏକ ବୋରୱେଲ ଭିତରକୁ ଗଳିପଡ଼ିଛି। ଏହି ଖବର ପ୍ରସାରିତ ହେବା ପରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ଘଟଣାସ୍ଥଳରେ। ଲାଗି ପଡ଼ିଲେ ରହୁଲକୁ ଉଦ୍ଧାର କରିବାକୁ।

ରାହୁଲକୁ ଉଦ୍ଧାର କରିବାକୁ ଦିନରାତି ଏକ କରିଦେଇଥିଲେ ଉଦ୍ଧାରକାରୀ ଦଳ। ଦୀର୍ଘ ୫ ଦିନ, ପ୍ରାୟ ୧୦୫ ଘଣ୍ଟା ପରେ ଶେଷରେ ରାହୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଦଳ। ନଖାଇ ନପିଇ ଜୀବନ ମୃତ୍ୟୁର ଦୋ’ଛକିରେ ଫସି ରହିଥିଲା ରହୁଲ। ଖାଇବା ଛାଡ଼ିଦେଇଥିବାରୁ ଉଦ୍ଧାର ପରେ ଦୁର୍ବଳ ହୋଇପଡ଼ିଛି ରାହୁଲ। ଉଦ୍ଧାର ପରେ ତାକୁ ଗ୍ରୀନ କରିଡର କରି ହସ୍ପିଟାଲକୁ ନିଆଯାଇଛି।

Tags: #Rescue #OperationRahul #RescueOperation

Comment