ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିର ମୁଖ୍ୟପାତ୍ର ଭାବେ ନିଯୁକ୍ତ ହେଲେ ମହେନ୍ଦ୍ର ବଢ଼େଇ। ଏ ନେଇ ଗୁରୁବାର ଦିନ ସୂଚନା ନେଇଛନ୍ତି ଦଳର ସାଧାରଣ ସମ୍ପାଦକ। ଗତ ୧୭ ତାରିଖରେ ମହେନ୍ଦ୍ର ବଢ଼େଇ ବିଜେଡିରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ପଦ୍ମପୁର ଉପନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ନୂଆପଡ଼ା ଜିଲ୍ଲାର ପୂର୍ବତନ ସହାକାରୀ ଜିଲ୍ଲାପାଳ ମହେନ୍ଦ୍ର ବଢ଼େଇ ନଭେମ୍ବର ୧୭ ତାରିଖରେ ଶତାଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ମହେନ୍ଦ୍ର ବଢ଼େଇଙ୍କ ଘର ପଦ୍ମପୁରରେ ହୋଇଥିବାରୁ ତାଙ୍କ ଯୋଗଦାନ ଉପନିର୍ବାଚନରେ ବିଜେଡିକୁ ବଳ ଦେବ ବୋଲି କୁହାଯାଉଛି।

ନୂଆପଡ଼ା ଜିଲ୍ଲାରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ମହେନ୍ଦ୍ର ବଢ଼େଇ ଗତ କିଛି ଦିନ ପୂର୍ବରୁ ସ୍ଵେଛାକୃତ ଭାବେ ଅବସର ଗ୍ରହଣ କରିଥିଲେ। ପଦ୍ମପୁର ଉପନିର୍ବାଚନ ଲାଗି ସେ ବିଜେଡିର ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ମହେନ୍ଦ୍ର ବଢ଼େଇଙ୍କ ଘର ପଦ୍ମପୁରରେ ହୋଇଥିବାରୁ ବିଜେଡିରେ ତାଙ୍କ ଯୋଗଦାନ ଆଗାମୀ ପଦ୍ମପୁର ଉପନିର୍ବାଚନରେ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ବିଜେଡି ଆଶା ରଖିଛି।

Tags: #Politics #OdishaPolitics #BJD #CMOdisha #MahendraBadhei #BJDSpokesPerson

Comment