ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ସକାଳ ୮ଟାରୁ ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ଶେଷ ହୋଇଛି ୧୫ ରାଉଣ୍ଡ ଗଣତି। ପ୍ରଥମରୁ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା। ୧୫ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ୨୭,୫୩୩ ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହିଛନ୍ତି।

ଏହି ରାଉଣ୍ଡରେ ବର୍ଷା ସିଂ ବରିହାଙ୍କୁ ୭୯,୪୭୦ ଖଣ୍ଡ ଭୋଟ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୫୧,୯୩୭ ଖଣ୍ଡ ଭୋଟ ଏବଂ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୨,୫୪୩ ଖଣ୍ଡ ଭୋଟ ମିଳିଛି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ମୋଟ ୩୧୯ଟି ବୁଥ ଲାଗି ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ଚାଲିଛି।

Tags: #Politics #OdishaPolitics #PadampurPolitics #PadampurByElection #BJP #BJD #Congress #Result #VoteCounting

Comment