ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଏଥିସହ ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ  ରାତି ତାପମାତ୍ରା ସ୍ଵାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି।

ଅନ୍ୟପଟେ ମଙ୍ଗଳବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି।

ମଙ୍ଗଳବାର କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ରାତି ତାପମାତ୍ରା ୫.୪ ୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ, ସେମିଳିଗୁଡ଼ାରେ ୭.୫ ଡିଗ୍ରୀ, କୋରାପୁଟରେ ୮ ଡିଗ୍ରୀ, ଚିପିଲିମାରେ ୧୦ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, କିରେଇରେ ୯ ଡିଗ୍ରୀ, ଝାରସୁଗୁଡ଼ାରେ ୯.୬ ଡିଗ୍ରୀ, ଭବାନୀପାଟଣାରେ ୧୦ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲ୍‌ସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି କଟକରରେ ୧୩.୪ ଡିଗ୍ରୀ ଏବଂ ଭୁବନେଶ୍ଵରରେ ୧୩.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।

Tags: #WinterUpdate #Odisha #GUdayagiri #WeatherUpdate #Cuttack #Bhubaneswar

Comment