ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟର ଅଗ୍ନିଶମ ବିଭାଗର ନାମ ପରିବର୍ତ୍ତନ କରିଛନ୍ତି। ସରକାର ଏହାର ନାମକୁ ‘ଓଡ଼ିଶା ଅଗ୍ନିଶମ ସେବା’ ରୁ ‘ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା’ ଭାବେ ନାମିତ କରିଛନ୍ତି। ଏନେଇ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଓଡ଼ିଶା ସରକାର ଅଗ୍ନିଶମ ବିଭାଗର ନାମ ବଦଳାଇବା ପାଇଁ ଓଡ଼ିଶା ଫାୟାର ସର୍ଭିସ ଆକ୍ଟ (୧୯୯୩)ରେ ସଂଶୋଧନ କରିଛନ୍ତି। ଫାୟାର ସର୍ଭିସ ଆକ୍ଟରେ ସଂଶୋଧନକୁ ଓଡ଼ିଶାର ରାଜ୍ୟପାଳ ସ୍ଵୀକୃତି ଦେବା ପରେ ଅଗ୍ନିଶମ ବିଭାଗର ନାମ ବଦଳାଯାଇଛି।ଓଡ଼ିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଅତି ଉଲ୍ଲେଖନୀୟ ରହିଛି। ବନ୍ୟା, ବାତ୍ୟା ତଥା ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭାଗର କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ନିୟୋଜିତ ହୋଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଥାନ୍ତି। ବାତ୍ୟା ଫନି, ଫାଇଲିନ୍ ତଥା ବିଭିନ୍ନ ବନ୍ୟା ସମୟରେ ଓଡ଼ିଶା ଅଗ୍ନିସେବା ବିଭାଗର କର୍ମୀମାନେ ଅନ୍ୟ ସଂସ୍ଥାଗୁଡ଼ିକ ସହ ମିଶି ଉଦ୍ଧାର କାର୍ଯ୍ୟ କରିଥିଲେ।

Tags: #OdishaFireDepartment #Namechange #OdishaFireServiceAct #OdishaGovt #Odisha

 

Comment