ଓଡ଼ିଶାଲାଇଭ୍ ବ୍ୟୁରୋ

କିଛି ଦିନ ହେଲା ଲିଭର ଜନିତ ରୋଗରେ ପୀଡ଼ିତ ଥିବା ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମଙ୍ଗଳବାର ସକାଳେ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ଵରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି।

ଲିଭର ସରୋସିସରେ ପୀଡ଼ିତ ହୋଇ ପିଣ୍ଟୁ ନନ୍ଦ କିଛି ଦିନ ହେଲା ଭୁବନେଶ୍ଵରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଉଚ୍ଚ ଚିକିତ୍ସା ଲାଗି ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ। ୬ ମାସ ମଧ୍ୟରେ ଲିଭର ପ୍ରତ୍ୟାରୋପଣ କରାନଗଲେ ପିଣ୍ଟୁଙ୍କର ଜୀବନ ପ୍ରତି ବିପଦ ରହିଥିବା ଡାକ୍ତର କହିଛନ୍ତି। ଏହି ଖବର ପରେ ପରିବାର, ସମ୍ପର୍କୀୟ ଏବଂ ପ୍ରଶଂସକମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।

ପିଣ୍ଟୁ ନନ୍ଦ ଅନେକ ଓଡ଼ିଆ ସିନେମା ଏବଂ ଆଲବମରେ ଅଭିନୟ କରି ଦର୍ଶକଙ୍କ ମନ କିଣିଛନ୍ତି। କେତେବେଳେ ହାସ୍ୟ ଅଭିନେତା ଭାବେ ଦର୍ଶକଙ୍କୁ ହସାଇଛନ୍ତି, ତ କେତେବେଳେ ଖଳ ଚରିତ୍ରରେ ଡରାଇଛନ୍ତି। ଆଉ କେବେବେଳେ ପିଣ୍ଟୁ ନନ୍ଦଙ୍କ ଅଭିନୟ ଦେଖି ଦର୍ଶକଙ୍କ ଆଖି ଜକେଇ ଆସିଛି। ‘ଏ ଗଉରା’ ଆଲବମ ତାଙ୍କୁ ଦେଇଥିଲା ଗୋଟିଏ ସ୍ଵତନ୍ତ୍ର ପରିଚୟ। ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତା ଖବର ପରେ ଓଡ଼ିଆ ସିନେ କଳାକାର ଏବଂ ପ୍ରଶଂସକମାନେ ଆଙ୍କ ଆରୋଗ୍ୟ କାମନା କରିଛନ୍ତି।

Tags: #OdiaActorPintuNanda #LiverCirrhosis #LiverTransplant #Odisha

Comment