ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଶୁକ୍ରବାର ଦିନ କମିଛି। ରାଜ୍ୟରେ କେତେକ ସ୍ଥାନରେ ହାଲୁକା ବର୍ଷା ଓ ଥଣ୍ଡା ପବନ ପାଇଁ ତାପମାତ୍ରା ହ୍ରାସ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନର ହାରାହାରି ତାପମାତ୍ରା ୭ରୁ ୮ ଡିଗ୍ରୀ କମିଛି। ଏନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ଶୁକ୍ରବାର ଦିନ ସାଢ଼େ ୧୧ଟା ସମୟରେ ଭୁବନେଶ୍ଵରରେ ୩୩.୨ ଡିଗ୍ରୀ ତାପମାତ୍ରା କରାଯାଇଥିଲା। ସେହିପରି ବାଲେଶ୍ୱରରେ ୩୬ ଡିଗ୍ରୀ, ପୁରୀରେ ୩୩.୪ ଡିଗ୍ରୀ, ପାରାଦୀପରେ ୩୨.୬ ଡିଗ୍ରୀ,  ଝାରସୁଗୁଡ଼ାରେ ୩୨.୬, ସମ୍ବଲପୁରରେ ୩୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

ସେହିପରି ଏପ୍ରିଲ ୨୨ ଓ ୨୩ ତାରିଖରେ ଓଡ଼ିଶାରେ କାଳବୈଶାଖୀ ଆସିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏନେଇ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିପାରେ।

ଅନ୍ୟପଟେ ଗୁରୁବାର ରାଜ୍ୟର ୨୮ଟି ସହରର ତାପମାତ୍ରା  ୪୦ ଡିଗ୍ରୀ ଉପରେ ରହିଥିଲା। ୪୩.୯ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ବୌଦ୍ଧ ପରେ ୪୩.୨ ଡିଗ୍ରୀ ସହ ଭୁବନେଶ୍ୱର ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ଥିଲା।

Tags: #Summer #TemperatureDown #Rain #Weather #Odisha

 

Comment