ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ରେଳ ଦୁର୍ଘଟଣା। ୩ଟି ଟ୍ରେନକୁ ନେଇ ହୋଇଥିବା ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେବି ଅନେକ ଲୋକ ଟ୍ରେନ ବଗିରେ ଫଶି ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି।

  • ମୃତ୍ୟୁ ହୋଇଥିବା ଅନେକ ଲୋକଙ୍କ ଶବକୁ ଭୁବନେଶ୍ଵର ଓ କଟକ ଅଣାଯିବ
  • ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮ ଛୁଇଁଲା ଏବଂ ଆହତ ଥିବା ୮୦୩ ଜଣଙ୍କର ଚିକିତ୍ସା ଜାରି ରହିଛି।
  • ବାହାନଗାରୁ ବାଲେଶ୍ଵର ଯାଇ ଡାକ୍ତରଖାନାରେ ଆହତଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ
  • ବାହାନଗାରେ ଘଟଣାସ୍ଥଳର ସମୀକ୍ଷା କଲେ ନରେନ୍ଦ୍ର ମୋଦୀ
  • ପଶ୍ଚିମବଙ୍ଗର କଲାଇକୁଣ୍ଡା ବାୟୁସେନା ବିମାନ ଘଟିରୁ ହେଲିକପ୍ଟର ଯୋଗେ ବାହାନଗାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ।
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ।
  • ବାହାନଗାରେ ଉଦ୍ଧାର କାର୍ଯ୍ୟ ଶେଷ, ରେଳପଥ ମରାମତି କାମ ଆରମ୍ଭ ହେଲା।
  • ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧କୁ ଛୁଇଁଲା, ଆହତଙ୍କ ସଂଖ୍ୟା ୧ ହଜାର ପାର କଲା
  • ଦୁର୍ଘଟଣା ଲାଗି ଟ୍ରେନ୍‌ ଚାଲୁନଥିବାରୁ ୨୨ଟି ସ୍ୱତନ୍ତ୍ର ବସ୍‌ରେ ଫସି ଯାଇଥିବା ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଉଛନ୍ତି ରାଜ୍ୟ ସରକାର
  • ବାହାନଗା ଘଟଣାସ୍ଥଳରେ ପହଞ୍ଚି ପିସିସି ସଭାପତି ଶରତ ପଟ୍ଟନାୟକ ସ୍ଥିତି ସମୀକ୍ଷା କଲେ
  • ବାହାନଗାରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
  • ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଜାରି ହେଲା ହେଲ୍ପ ଲାଇନ ନମ୍ବର
  • ହାୱଡା- ୦୩୩୨୬୩୮୨୨୧୭, ସାଲିମାର- ୯୯୦୩୩୭୦୭୪୬, ଖଡ଼ଗପୁର- ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯
  • ବାଲେଶ୍ଵର- ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨, ସାନ୍ତ୍ରାଗାଛି- ୮୧୦୯୨୮୯୪୬୦ ଓ ୮୩୪୦୬୪୯୪୬୯
  • ଭଦ୍ରକ- ୭୮୯୪୦୯୯୫୭୯ ଓ ୯୩୩୭୧୧୬୩୭୩, ଯାଜପୁର କେନ୍ଦୁଝର ରୋଡ- ୯୬୭୬୯୭୪୩୯୮, କଟକ- ୮୪୫୫୮୮୯୯୧୭
  • ଭୁବନେଶ୍ଵର- ୦୬୭୪୨୫୩୪୦୨୭ ଏବଂ ଖୋର୍ଦ୍ଧା ରୋଡ୍‌ ଜଙ୍କସନ- ୬୩୭୦୧୦୮୦୪୬ ଓ ୦୬୭୪୨୪୯୨୨୪୫
  • ଗ୍ୟାସ କଟରରେ ବଗିକୁ କାଟି ମୃତଦେହକୁ ଉଦ୍ଧାର କରୁଛନ୍ତି ଏନଡିଆରଏଫ୍‌ ଯବାନ
  • ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫର ୯ଟି ଟିମ୍‌ ନିୟୋଜିତ
  • ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ପ୍ରତି ଗୁରୁତରଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲା ତାମିଲନାଡୁ
  • ତାମିଲନାଡୁ ସରକାରଙ୍କ ବାହାନଗା ଟ୍ରାଜେଡିରେ ମୃତକ ଏବଂ ଚିକିତ୍ସାଧୀନଙ୍କ ପାଇଁ ସହାୟତା ରାଶି ଘୋଷଣା
  • ଭଦ୍ରକ ହସ୍ପିଟାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ ଗଣେଶୀ ଲାଲ୍
  • ଦୁର୍ଘଟଣାରେ ବର୍ତ୍ତି ଯାଇଥିବା ୨୦୦ରୁ ଅଧିକ ଲୋକଙ୍କୁ ଅନ୍ୟ ଏକ ଟ୍ରେନରେ ହାୱଡା ପଠାଗଲା।
  • ଟ୍ରେନ ଦୁର୍ଘଟଣା ନେଇ ଶନିବାର ଦିନିକିଆ ଶୋକ ପାଳିବ ତାମିଲନାଡୁ। ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ଘୋଷଣା
  • ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଏସସିବି ମେଡିକାଲ ଯିବେ ପ୍ରଧାନମନ୍ତ୍ରୀ
  • ଶନିବାର ସନ୍ଧ୍ୟାରେ ବାହନଗା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଏନଡିଆରଏଫ୍ ଡିଜି ଓ ରେଳ ଅଧିକାରୀଙ୍କ ସହ ବାହାନଗା ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
  • ବାହାନଗା ରେଳ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ଜରୁରୀକାଳୀନ ବୈଠକ
  • ଆହତ ହୋଇଥିବା ଲୋକଙ୍କୁ ଭେଟିବେ ମମତା ବାନାର୍ଜୀ
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହନଗା ଆସି ଘଟଣା ସ୍ଥଳ ପରିଦର୍ଶନ କରିବେ
  • ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ସ୍ଥଳ ଗସ୍ତ କରି ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଲେ
  • ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ର ରେଳ ମନ୍ତ୍ରୀ
  • ଆହତଙ୍କୁ ସ୍ଥାନାନ୍ତର ପାଇଁ ବାୟୁସେନାର ଏମ ଆଇ- ୧୭ ହେଲିକପ୍ଟର ନିୟୋଜିତ
  • ବାଲେଶ୍ୱର ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି ପଶ୍ଚିମବଙ୍ଗ ଡାକ୍ତରୀ ଦଳ ଓ ପଶ୍ଚିମବଙ୍ଗର ୩୬ଟି ଆମ୍ବୁଲାନ୍ସ ମଧ୍ୟ ମହଜୁଦ
  • ଏନଡିଆରଏଫ୍, ଏସଡିଆରଏଫ୍, ଓଡ୍ରାଫ ଓ ଭାରତୀୟ ସେନା ୩୦୦ରଉ ଅଧିକ ଯବାନ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି
  • ଏବେବି ଅନେକ ଲୋକ ଟ୍ରେନ ବଗି ତଳେ ଚପି ହୋଇ ରହିଥିବା ସମ୍ଭାବନା
  • ପ୍ରାୟ ୧ ହଜାର ଆହତ ଲୋକ ଡାକ୍ତରଖାନାରେ ଭର୍ତ୍ତି
  • ଶନିବାର ସକାଳ ୯ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୩୮
  • ଆହତଙ୍କୁ ବାଲେଶ୍ଵର ଓ ଆଖପାଖ ଅଞ୍ଚଳର ହସ୍ପିଟାଲରେ ଭର୍ତ୍ତି କରାଯାଉଛି।
  • ପ୍ରାଥମିକ ଭାବେ ୫୦ ଜଣଙ୍କ ମୃତ୍ୟୁ ଓ ୩୦୦ରୁ ଅଧିକ ଆହତ ହୋଇଥିବା ସୂଚନା
  • ଦୁର୍ଘଟଣାରେ କରମଣ୍ଡଳ ଏକ୍ସପ୍ରେସର ଇଞ୍ଜିନ ପାଖରେ ଥିବା ଜେନେରାଲ ବଗିଗୁଡ଼ିକର ସବୁଠୁ ଅଧିକ କ୍ଷତି ହୋଇଥିଲା
  • କରମଣ୍ଡଳ ଏକ୍ସପ୍ରେସର ବଗି ସହ ଦୁର୍ଘଟଣା ହୋଇଥିଲା ୧୨୮୬୪ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସର
  • ଧକ୍କା ହେବାପରେ କରମଣ୍ଡଳ ଏକ୍ସପ୍ରେସର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହୋଇ ପାଖ ରେଳ ଲାଇନରେ ପଡ଼ିଯାଇଥିଲା।
  • କଲିକତାର ଶାଲିମାରରୁ ଚେନ୍ନାଇ ଯାଉଥିବା ୧୨୮୪୧ କରମଣ୍ଡଳ ଏକ୍ସପ୍ରେସ ଏକ ମାଲଗାଡ଼ିକୁ ଧକ୍କା ଦେଇଥିଲା।
  • ଶୁକ୍ରବାର ସାନ୍ଧ୍ୟା ୭ଟା ବେଳେ ଘଟିଥିଲା ବାହାନଗା ରେଳ ଦୁର୍ଘଟଣା

Tags: #TrainTragedy #BahanagaTrainaccident #CoromandelExpress #SouthEasternrailway #Odisha

 

Comment