ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଇନଫର୍ଟିଲିଟି ବା ପିଲା ଛୁଆ ନହେବା। ଆମ ଦେଶରେ ପ୍ରତି ୬ ଜଣ ଦମ୍ପତ୍ତିଙ୍କ ମଧ୍ୟରେ ଜଣେ ଏହି ସମସ୍ୟାର ଶିକାର ହେଉଛନ୍ତି। ଲୋକେ ଏଥିପାଇଁ ମହିଳାମାନଙ୍କୁ ଦାୟୀ କରିଥାନ୍ତି। ତେବେ ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ ବୋଲି ଡାକ୍ତର କୁହନ୍ତି।
ପ୍ରାକୃତିକ ଭାବେ ଯଦି ଗର୍ଭଧାରଣରେ କୌଣସି ସମସ୍ୟା ହୋଇଥାଏ, ତେବେ ଆଇଭିଏଫ୍ ଜରିଆରେ ବାପା-ମା’ ହେବା ଏବେ ସମ୍ଭବ ହୋଇପାରୁଛି। ସନ୍ତାନ ଜନ୍ମ ପାଇଁ ଏହା ଏକ କୃତ୍ରିମ ମାଧ୍ୟମ।

ପିଲା ଛୁଆ ନହେବାର କାରଣ କ’ଣ ଏବଂ କେମିତି ଏହାର ଚିକିତ୍ସା କରାଯାଏ? ସେ ନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଜିଏସଏସ ମହାପାତ୍ର କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #IVF #WorldIVFDay #Celebration #InVitroFertilization #Infertility #Treatment #DoctorsAdvice

Comment