ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଏଏସ ସ୍ତରରେ ଗୁରୁବାର ଦିନ ଅଦଳବଦଳ ହୋଇଛି। କଟକରେ ଆଇଜିଆର ଭାବେ କାର୍ଯ୍ୟରତ ଆଇଏଏସ ଅଧିକାରୀ ଜ୍ୟୋତିପ୍ରକାଶ ଦାସଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏହି ଦାୟିତ୍ଵ ତାଙ୍କୁ ଅତିରିକ୍ତ ଭାବେ ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଥିବା ରମାଶିଷ ହାଜରାଙ୍କୁ କଟକସ୍ଥିତ ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦେଶାଳୟର ନିର୍ଦେଶକ ଭାବେ ବଦଳି କରାଯାଇଛି।

ପଶୁପାଳନ ଓ ପଶୁ ଚିକିତ୍ସା ନିର୍ଦେଶାଳୟର ନିର୍ଦେଶକ ଥିବା ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

Tags: #IASReshuffle #Odisha #IASOfficerJyotiPrakashDas #BSE

Comment