ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ପୁଣି ଥରେ ଝଟକା ମିଳିଛି। ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ତାଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି। ମାମଲାର ଗୁରୁତ୍ୱ ଓ ସିବିଆଇର ତଦନ୍ତକୁ ବିଚାର କରି କୋର୍ଟ ତାଙ୍କ ଜାମିନ୍ ଆବେଦନ ଖାରଜ କରିଦେଇଛନ୍ତି। ପୂର୍ବରୁ ପ୍ରଭାତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା।
ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅପରିବର୍ତ୍ତିତ ରହିଥିବାରୁ ପ୍ରଭାତଙ୍କୁ ଏସ୍‌ସିବି ମେଡ଼ିକାଲ ଟ୍ରମା କେୟାରର ଆଇସିୟୁରେ ରଖାଯାଇଛି।
କ୍ୟାପିଟାଲ ହସ୍ପିଟାଲରେ ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମେରୁଦଣ୍ଡ ଓ ଅଣ୍ଟାରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲର ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କଟକ ରେଫର କରିଛନ୍ତି।
ସିସୋର ଚିଟଫଣ୍ଡ ସଂସ୍ଥା ସହ ଲିଙ୍କ ଅଭିଯୋଗରେ ପ୍ରଭାତ ଗିରଫ ହୋଇଥିଲେ। ତେବେ ଜେରାର ଚତୁର୍ଥ ଦିନରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଫଳରେ ତାଙ୍କୁ ସେପ୍ଟେମ୍ବର ୨୨ରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଚିକିତ୍ସା କରିବା ଲାଗି କ୍ୟାପିଟାଲ ହସ୍ପିଟାଲରେ ୪ ଜଣିଆ ଡାକ୍ତରୀ ଟିମ୍‍ ଗଠନ କରାଯାଇଥିଲା। ହୃଦ୍‍ ରୋଗ, ଭେଷଜ, ଅସ୍ଥିଶଲ୍ୟ ଓ ଶଲ୍ୟ ବିଭାଗର ୪ ଜଣ ଡାକ୍ତର ପ୍ରଭାତଙ୍କ କରୁଥିଲେ।ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାରୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍‍ଙ୍କ କୋର୍ଟରେ ଜାମିନ୍‍ ଆବେଦନ କରିଛନ୍ତି ଓକିଲ ଅନୁପ ପଟ୍ଟନାୟକ। ମଙ୍ଗଳବାର ଜାମିନ୍ ଆବେଦନର ଶୁଣାଣି ହେବ ବୋଲି ଜଣାପଡ଼ିଛି।
୧୯ ତାରିଖ ରାତିରେ ପ୍ରଭାତଙ୍କୁ ସିବିଆଇ ଗିରଫ କରିଥିଲା। କୋର୍ଟରେ ହାଜର କରାଯାଇ ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ। ଚତୁର୍ଥ ଦିନରେ ଜେରା ଚାଲିଥିବା ବେଳେ ସେ ଅସୁସ୍ଥ ହୋଇ ଯାଇଥିଲେ। ଫଳରେ ପ୍ରଭାତଙ୍କୁ ସିବିଆଇ କୋର୍ଟରେ ହଜର କରାଇ ଝାରପଡ଼ା ଜେଲକୁ ପଠାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା।

 

Comment