ଓଡିଶାଲାଇଭ୍ ବ୍ୟୁରୋ

ଦେଶ ତଥା ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ନୃସିଂହ ସାହୁ। ୟୁରୋପ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍(୫୬୪୨୩/୧୮୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ନୃସିଂହ। ଏହି ଖବର ପ୍ରଚାରିତ ହେବା ପରେ ଓଡ଼ିଶା ତଥା ଦେଶର ଅନ୍ୟ ପର୍ବତାରୋହୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି।
ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳରେ ନୃସିଂହଙ୍କ ଘର। ସେ ସେପ୍ଟେମ୍ବର ୨୨ରୁ ଏହି ଅଭିଯାନ ଆରମ୍ଭ କରିଥିଲେ, ଯାହା ଅକ୍ଟୋବର ୨ରେ ସଫଳତାର ସହ ଶେଷ ହୋଇଛି। ନୃସିଂହଙ୍କ ସମେତ ଦେଶ ବିଦେଶର ବହୁ ପର୍ବତାରୋହୀ ଏଥିରେ ସାମିଲ୍ ହୋଇଥିଲେ। ସମସ୍ତେ ସେପ୍ଟେମ୍ବର ୨୯ ପୂର୍ବାହ୍ନ ୧୧ଟା ସୁଦ୍ଧା ଏଲବ୍ରୁସ୍ ଶିଖରରେ ପହଞ୍ଚିଥିଲେ। ୨୮ ତାରିଖ ରାତି ୧୨ଟାରୁ ବେସ୍‌ କ୍ୟାମ୍ପ ୩୮୦୦ ମିଟର ଉଚ୍ଚରୁ ଯାତ୍ରା ଆରମ୍ଭ ହୋଇଥିଲା। ଏଲବ୍ରୁସ୍‌ ଶିଖରରେ ପହଞ୍ଚିବା ପାଇଁ ଏମାନଙ୍କୁ ୧୧ ଘଣ୍ଟା ସମୟ ଲାଗିଥିଲା। ଏହି ସମୟରେ ତାପପାତ୍ରା ଥିଲା ମାଇନସ୍‌ ୩୫ ଡିଗ୍ରୀ।
ପୂର୍ବରୁ ନୃସିଂହ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ କିଲିଞ୍ଜାରୋ(୫୮୯୫ ମିଟର)କୁ ସଫଳତାର ସହ ଅରୋହଣ କରିଥିଲେ।

 

Comment