ଓଡ଼ିଶାଲାଇଭ୍ ବ୍ୟୁରୋ

୯ ହଜାର କୋଟି ଟଙ୍କାର ଋଣ ନେଇ ବିଜୟ ମାଲ୍ୟା ଭାରତୀୟ ପୋଲିସ ଆଖିରେ ପାଲଟି ଯାଇଥିଲେ ମାଲଦାର୍‌ ଅଭିଯୁକ୍ତ। ପୋଲିସକୁ ଚକ୍‌ମା ଦେଇ ମାଲ୍ୟା ବିଦେଶରେ ଘୂରି ବୁଲୁଥିଲେ ହେଁ ପୋଲିସ ତାଙ୍କୁ ଛୁଇଁ ପାରୁନଥିଲା। ୧୯ ମାସର ଲୁଚକାଳି ଖେଳ ପରେ ମାଲ୍ୟାଙ୍କୁ ଇଡି ଛୁଇଁଲା ଏବଂ ଗିରଫ କଲା। ହେଲେ ୧୯ ମିନିଟରୁ କମ୍ ସମୟ ମଧ୍ୟରେ ମାଲ୍ୟା ଜାମିନ୍ ପାଇବା ଏବେ ଚର୍ଚ୍ଚାର ବିଷୟ।

୧୯ ମାସ ପରେ ଲଣ୍ଡନରୁ ଗିରଫ ହୋଇଛନ୍ତି ବିଜୟ ମାଲ୍ୟା। ମନି ଲଣ୍ଡ୍ରିଂ ମାମଲାରେ ମାଲ୍ୟା ଗିରଫ ହୋଇଛନ୍ତି। ଭାରତର ପ୍ରାୟ ୧୭ଟି ବ୍ୟାଙ୍କରୁ ୯୦୦୦ କୋଟି ଟଙ୍କାରୁ ଅଧିକ ଋଣ ନେଇ ପରିଶୋଧ ନକରି ମାଲ୍ୟା ଫେରାର ହୋଇଯାଇଥିଲେ। ଫଳରେ ଭାରତ ସରକାର ତାଙ୍କୁ ‘ପଳାତକ’ ଘୋଷଣା କରିଥିଲେ। କିନ୍ତୁ କୁହାଯାଉଛି, ମାଲ୍ୟା ଳଣ୍ଡନରେ ଗିରଫ ହେବା ପରେ ତାଙ୍କୁ ତୁରନ୍ତ ଜାମିନ୍ ମିଳିଛି।
ଗତ ଏପ୍ରିଲ ୧୯ରେ ମଧ୍ୟ ମାଲ୍ୟାଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ମଧ୍ୟ ତାଙ୍କୁ ସଙ୍ଗେସଙ୍ଗେ ଜାମିନ୍ ମିଳିଥିଲା।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଲଣ୍ଡନ କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ ଆଧାରରେ ମାଲ୍ୟାଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣାରେ ଇଡି ପକ୍ଷରୁ କୁହାଯାଇଛି ଯେ କୋର୍ଟ ତାଙ୍କ କାମ ଠିକ୍‌ ବାଟରେ କରୁଛନ୍ତି। ମାଲ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସ୍ୱାଗତଯୋଗ୍ୟ। ଡିସେମ୍ବର ୪ ତାରିଖରୁ ମାଲ୍ୟାଙ୍କ ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ଆଶା ରହିଛି।
୧୭ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରାର ଥିବା ମାଲ୍ୟାଙ୍କୁ ‘କିଙ୍ଗ ଅଫ୍ ଗୁଡ ଟାଇମ୍ସ’ ବୋଲି କୁହାଯାଉଥିଲା। କିଙ୍ଗ ଫିସର ଏୟାରଲାଇନ୍ସ ଏବଂ ୟୁନାଇଟେଡ ବ୍ରୁଅରଜିର ମାଲିକ ମାଲ୍ୟା ‘ବିଜିନେସ୍ ଟାଇକୁନ୍’ ଭାବେ ପରିଚୟ ହାସଲ କରିଥିଲେ। ବିଶ୍ୱର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ମାଲ୍ୟା ସ୍ଥାନ ପାଇଥିଲେ।
ମାଲ୍ୟା କେଉଁ ବ୍ୟାଙ୍କରୁ କେତେ ଋଣ ନେଇଛନ୍ତି
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୬୦୦ କୋଟି
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୮୦୦ କୋଟି
ଆଇଡିବିଆଇ ବ୍ୟାଙ୍କରୁ ୮୦୦ କୋଟି
ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୬୫୦ କୋଟି
ବ୍ୟାଙ୍କ ଅଫ୍ ବରୋଦାରୁ ୫୫୦ କୋଟି
ୟୁନାଇଟେଡ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୪୩୦ କୋଟି
ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୪୧୦ କୋଟି
ୟୁକୋ ବ୍ୟାଙ୍କରୁ ୩୨୦ କୋଟି
କର୍ପୋରେସନ ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୩୧୦ କୋଟି
ଷ୍ଟେଟ ବ୍ୟାଙ୍କ ଅଫ୍ ମହୀଶୂରରୁ ୧୫୦ କୋଟି
ଇଣ୍ଡିଆନ୍ ଓଭରସିଜ୍‌ ବ୍ୟାଙ୍କରୁ ୧୪୦ କୋଟି
ଫେଡେରାଲ ବ୍ୟାଙ୍କରୁ ୯୦ କୋଟି
ପଞ୍ଜାବ ସିନ୍ଧ୍‌ ବ୍ୟାଙ୍କରୁ ୬୦ କୋଟି
ଆକ୍ସିସ ବ୍ୟାଙ୍କରୁ ୫୦ କୋଟି

LEAVE A REPLY

Please enter your comment!
Please enter your name here