ଓଡ଼ିଶାଲାଇଭ୍ ବ୍ୟୁରୋ

ଜଣାଶୁଣା ତଥା ବିଶିଷ୍ଟ ଓଡ଼ିଆ କଥାକାର, ପ୍ରାବନ୍ଧିକ ତଥା ଔପନ୍ୟାସିକ ଚନ୍ଦ୍ରଶେଖର ରଥ ୮୯ ବର୍ଷରେ ପଦାର୍ପଣ କରିଛନ୍ତି।
ପବିତ୍ର କୁମାର ପୂର୍ଣ୍ଣମୀରେ ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ରଥ ଓଡ଼ିଆ ସାହିତ୍ୟ ଓ ପ୍ରବନ୍ଧ ଜଗତରେ ସଫଳତାର ପାହାଚ ଅତିକ୍ରମ କରିଛନ୍ତି। ଯନ୍ତ୍ରାରୂଢ଼, ନବଜାତକ ଏବଂ ଅସୂର୍ଯ୍ୟ ଉପନିବେଶ ଭଳି ଉପନ୍ୟାସ ଲେଖି ଶ୍ରୀ ରଥ ଓଡ଼ଆ ସାହିତ୍ୟ ଜଗତକୁ ରୁଦ୍ଧିମନ୍ତ କରିଛନ୍ତି। ଏହା ବ୍ୟତୀତ ୧୪ଟି ଗଳ୍ପ ସଂକଳନ, ୧୨ଟି ନିବନ୍ଧ ଗ୍ରନ୍ଥ ଲେଖି କେନ୍ଦ୍ର ସାହିତ୍ୟ ଏକାଡେମୀ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
୨୦୧୧ରେ ଶ୍ରୀ ରଥ ‘ସାହିତ୍ୟ ଭାରତୀ’ ସମ୍ମାନ ପାଇଥିବା ବେଳେ ୨୦୧୦ରେ ‘ଅତିବଡ଼ି ଜଗନ୍ନାଥ ଦାସ’ ପୁରସ୍କାର, ୧୯୯୭ରେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ’ ପୁରସ୍କାର, ୧୯୮୨ରେ ‘ଶାରଳା’ ପୁରସ୍କାର, ୧୯୭୪ରେ ‘ଝଙ୍କାର’ ଏବଂ ୧୯୬୩ରେ ‘ପ୍ରଜାତନ୍ତ୍ର ବିଷୁବ’ ପୁରସ୍କାର ପାଇଛନ୍ତି।

LEAVE A REPLY

Please enter your comment!
Please enter your name here