ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଏସ୍‌ଟିରେ ସଂଶୋଧନ ଆଣି ମୋଦି ସରକାର ଖୁସି ମନାଉଛନ୍ତି। କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସରକାରଙ୍କ ଏହି ଖୁସିକୁ ଟ୍ରକ ମାଲିକ ଏବଂ ଚାଳକ ସଂଘ ଫିକା କରି ଦେଇଛନ୍ତି। ଡିଜେଲ୍‌କୁ ଜିଏସ୍‌ଟିରେ ଅନ୍ତର୍ଭୁକ୍ତ କରିବା ଦାବିରେ ଟ୍ରକ ମାଲିକ ସଂଘ ଧର୍ମଘଟ ଡାକରା ଦେଇଛନ୍ତି। ୯ ତାରିଖରୁ ୩୬ ଘଣ୍ଟା ପର୍ଯ୍ୟନ୍ତ ଚକା ଜାମ୍ ଆନ୍ଦୋଳନ ହେବ।
୯ ତାରିଖ ସକାଳ ୮ଟାରୁ ୧୦ ତାରିଖ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଗଡ଼ିବନି ଟ୍ରକ। ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଏହି ଆନ୍ଦୋଳନର ନେତୃତ୍ବ ନେଉଛି। ଏହି ଆନ୍ଦୋଳନକୁ କୋଲକାତା ଗୁଡ୍‌ସ୍ ଟ୍ରାନ୍ସପୋର୍ଟ ଆସୋସିଏଶନ୍ ସମର୍ଥନ କରୁଛି ବୋଲି ସଭାପତି ପ୍ରଭାତ କୁମାର ମିତ୍ତଲ ସୂଚନା ଦେଇଛନ୍ତି।
ଡିଜେଲକୁ ଜିଏସ୍‌ଟିରେ ସାମିଲ କରିବା ପାଇଁ ଟ୍ରକ ମାଲିକ ସଂଘ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିପ୍ରତି ବିଚାର କରାଯିବ ବୋଲି ସରକାର ଆଶ୍ବାସନା ଦେଇଥିଲେ। ମାତ୍ର ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ସଂଘ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି।

 

LEAVE A REPLY

Please enter your comment!
Please enter your name here