ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ବର ବମିଖାଲ ଓଭବ୍ରିଜ ଭୁଶୁଡ଼ିବା ମାମଲାରେ ଗିରଫ ଠିକାଦାର ପ୍ରତାପ କିଶୋର ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟରୁ ଜାମିନ୍ ମିଳିଛି। ତେବେ ଜାମିନ୍ ପାଇଁ ସର୍ତ୍ତ ସ୍ଥିର କରିବାକୁ ହାଇକୋର୍ଟ ନିମ୍ନ ଅଦାଲତକୁ ନିର୍ଦ୍ଦଶେ ଦେଇଛନ୍ତି। ଗତ ୪ ଦିନ ତଳେ ପ୍ରକଳ୍ପ ମ୍ୟାନେଜର ବିପୁଲ ଚକ୍ରବର୍ତ୍ତୀ ଏବଂ ଯନ୍ତ୍ରୀ କିଶୋର ରାଉତଙ୍କୁ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରୁ ଜାମିନ୍ ମିଳିଥଲା। ପ୍ରତାପ ପଣ୍ଡା ହେଉଛନ୍ତି ପଣ୍ଡା ଇନ୍‌ଫ୍ରା ସଂସ୍ଥାର ପରିଚାଳନା ନିର୍ଦ୍ଦଶେକ।
ସେପ୍ଟେମ୍ବର ୧୦ ତାରିଖରେ ନିର୍ମାଣାଧୀନ ବମିଖାଲ ଫ୍ଲାଏ ଓଭର ବ୍ରିଜ୍‌ ଭୁଶୁଡ଼ି ଯାଇଥିଲା। ଏହି ଘଟଣାରେ ୧୫ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ ଶିତଲ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ବିଧାନସଭାରେ ଝଡ଼ ଉଠିଥିଲା। ପରେ ପୂର୍ତ୍ତ ବିଭାଗ ତରଫରୁ ଯନ୍ତ୍ରୀ ବଂଶୀଧର ପ୍ରହରାଜ,  କିଶୋର ରାଉତ ଓ ଦୁଃଖବନ୍ଧୁ ବେହେରାଙ୍କୁ ନିଲମ୍ବନ କରାଯାଇଥିଲା। ଏହାସହ ପଣ୍ଡା ଇନଫ୍ରା କମ୍ପାନିର ପରିଚାଳନା ନିର୍ଦ୍ଦଶେକ ପ୍ରତାପ ପଣ୍ଡା ଗିରଫ ହେବା ସହ ୨ ନିର୍ଦ୍ଦଶେକ ସୁଜାତା ପଣ୍ଡା ଏବଂ ସନ୍ତୋଷ ପଣ୍ଡାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ‘ଲୁକ୍ ଆଉଟ୍ ସର୍କୁଲାର’ ଜାରି କରିଥିଲା।
ଅକ୍ଟୋବର ୪ ତାରିଖରେ ଏହି ଘଟଣାରେ ଚିଫ୍ ଇଞ୍ଜିନିୟର (ଡିପିଆଇ ଆଣ୍ଡ ଆର୍‌) ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଠିକା ସଂସ୍ଥାର ଅବହେଳା ଯୋଗୁଁ ଓଭର ବ୍ରିଜ୍‌ ଭୁଶୁଡ଼ିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଥିଲା। ଠିକା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ପାଇଁ ରିପୋର୍ଟରେ କୁହାଯାଇଥିଲା।

Comment