ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାର ଚାଷୀଙ୍କଠାରୁ ଚଳିତ ବର୍ଷ ୫୩ ଳକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ। ଖରିଫ ଋତୁରେ ୪୪ କୁଇଣ୍ଟାଲ ଏବଂ ରବି ଋତୁରେ ୯ କୁଇଣ୍ଟାଲ ଧାନ କିଣିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ଗତ ଦୁଇ ବର୍ଷ ହେଲା ବିଭିନ୍ନ ଅଞ୍ଚଳରେ ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି। ହେଲେ ଗତବର୍ଷ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଇ-ରେଜିଷ୍ଟ୍ରେସନ ବ୍ୟବସ୍ଥା କରିଛନ୍ତି। ଏହି ବ୍ୟବସ୍ଥାରେ ୧୦ ଲକ୍ଷ ଚାଷୀ ପଞ୍ଜୀକରଣ କରିଛନ୍ତି। ଏହି ୧୦ ଲକ୍ଷ ଚାଷୀଙ୍କଠାରୁ ସରକାର ୫୩ ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଏପଟେ ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି, ଯେ, “ଯେଉଁ ଚାଷୀଙ୍କଠାରୁ ସରକାର ଧାନ କିଣିବେ ସେହି ଚାଷୀଙ୍କ ଆକାଉଣ୍ଟ ସମବାୟ ବ୍ୟାଙ୍କ ଜରିଆରେ ଟଙ୍କା ପୈଠ କରାଯିବ।”

Comment