(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ଫସଲହାନି ଓ ଚକଡ଼ା ପୋକକୁ ନେଇ ତେଜୁଛି ରାଜନୀତି। ବିଗତ ଦିନରେ ଓଡ଼ିଶା ବିଜେପି ନେତା ଘନଘନ ଆଟାକ୍‌ କରି ରାଜ୍ୟ ସରକାରଙ୍କୁ ଅକଳିଆରେ ପକାଇବା ପରେ ଆଜି କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂହ ପୁଣିଥରେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ରାଜନୀତିକୁ କରିଛନ୍ତି ଆହୁରି ଗରମ୍।

ଓଡ଼ିଶାରେ ହୋଇଥିବା ଫସଲହାନିକୁ ନେଇ ଏବେ ରାଜନୀତି ତେଜିଛି। ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଏବଂ ରାଜ୍ୟ। ଆଜି ଫସଲହାନିକୁ ନେଇ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି। ଦିଲ୍ଲୀରେ ପ୍ରେସମିଟ୍‌ କରି ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରିଛନ୍ତି। ଦିଲ୍ଲୀରେ ବସି କେନ୍ଦ୍ର କୃଷି ମନ୍ତ୍ରୀ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିବାକୁ ନେଇ ବିଜେଡି ଶିବିରରେ ହଇଚଇ ସୃଷ୍ଟି ହୋଇଛି।

କୃଷି ମନ୍ତ୍ରୀ ରାଧାମୋହନ ସିଂହ କହିଛନ୍ତି, “ରୋକ ପୋକ ଲାଗିବା ନେଇ ରାଜ୍ୟ ସରକାରଙ୍କୁ ଆଗୁଆ ସତର୍କ କରିଥିଲା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର। ଏନେଇ ତର୍ଜମା ମଧ୍ୟ ହୋଇଥିଲା। ହେଲେ ରାଜ୍ୟ ସରକାର ଏହାକୁ ଶୁଣିଲେ ନାହିଁ। ଫଳରେ ଓଡ଼ିଶାରେ ଆଜି ଏଭଳି ଅବସ୍ଥା ଦେଖାଦେଇଛି।”

କୃଷି ମନ୍ତ୍ରୀ ଶ୍ରୀ ସିଂହ ଆହୁରି କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ୍‌ରେ ଓଡ଼ିଶାକୁ କେନ୍ଦ୍ର ୫୩ କୋଟି ଟଙ୍କା ଦେଇଛି। ହେଲେ ଓଡ଼ିଶା ସରକାର ୫୩ କୋଟିରୁ ମାତ୍ର ୧.୯୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏଭଳି ସାଘାତିକ ଅଭିଯେଗ ଆଣି ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି କେନ୍ଦ୍ର ସରକାର।

ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ରାଜ୍ୟ ସରକାର ଚାଷୀ କୂଳକୁ ଆଶ୍ବସ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଏହି ଆରୋପ ପୁଣିଥରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛି।

 

Comment