ଓଡ଼ିଶାଲାଇଭ୍‌ ବ୍ୟୁରୋ

କାର୍‌ରେ ଧୂଳି ଜମିଥିବାରୁ ଚିନ୍ତାରେ ପଡ଼ିଛନ୍ତି କି? ଗାଡ଼ି ଧୋଇବା ପାଇଁ ସମୟ ନାହିଁ ଭାବୁଛନ୍ତି କି? ଏବେ ଏସବୁର ଚିନ୍ତା ଦୂର କରିଛି ‘ବୁକ୍‌ ଏ ୱାସ୍’। ଗୋଟିଏ ଫୋନ୍‌ କଲ୍‌ରେ ରାଜଧାନୀ ଭୁବନେଶ୍ୱର ଏବଂ ଜାମସେଦପୁରରେ ଏହି ସଂସ୍ଥା ଦୁଆର ମୁହଁରେ ଆସି ଗାଡ଼ି ୱାସିଂକରୁଛି।

  • ରାଜଧାନୀରେ ବୁଲୁଛି ୭ଟି ଭ୍ରାମ୍ୟମାଣ ଗାଡ଼ି
  • ୧୫ ଜଣ କର୍ମଚାରୀଙ୍କୁ ନେଇ ଚାଲିଛି ‘ବୁକ୍‌ ଏ ୱାସ’
  • ଜାମସେଦପୁରରେ ବି ମିଳୁଛି ଏହି ସେବା
  • ଦାମନଯୋଡ଼ି-ରାଉରକେଲାରେ ମିଳିବ ଏହି ସେବା
  • ଘର ଓ ଅଫିସରେ ସ୍ମାର୍ଟ କ୍ଲିନିଂ ପାଇଁ ମଧ୍ୟ ସେବା ଦେଉଛି ‘ବୁକ୍‌ ଏ ୱାସ୍’

ବଦଳୁଛି ଲାଇଫ୍‌ ଷ୍ଟାଇଲ୍‌। ଏହି ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ ସମସ୍ତେ କାର୍‌ ଚଢ଼ିବାକୁ ପସନ୍ଦ କରୁଛନ୍ତି। ହେଲେ ବିଜିଏଷ୍ଟ ଲାଇଫ୍‌ରେ ଗାଡ଼ିର ମେଣ୍ଟେନାନ୍ସ କରିବାକୁ ଅଧିକାଂଶ ଲୋକେ ସମୟ ପାଉ ନାହାନ୍ତି। ଏହାକୁ ଆଖି ଆଗରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ବୁକ୍‌ ଏ ୱାସ’। ଗୋଟିଏ ଫୋନ୍‌ କଲ୍‌ରେ ‘ବୁକ୍‌ ଏ ୱାସ୍‌’ର କର୍ମଚାରୀ ଦୁଆର ମୁହଁରେ ପହଞ୍ଚି ଗାଡ଼ି ସଫା କରୁଛନ୍ତି। ଘର ପାଖରେ ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ‘ବୁକ୍‌ ଏ ୱାସ’ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି।

ଲୋକଙ୍କ ଚାହିଦାକୁ ନଜରରେ ରଖି ଭୁବନେଶ୍ୱରରେ ଆରମ୍ଭ ହୋଇଥିଲା ‘ବୁକ୍‌ ଏ ୱାସ୍‌’ ସଂସ୍ଥା। ୨୦୧୬ ନଭେମ୍ବର ମାସରେ ଭୁବନେଶ୍ୱରର ସତ୍ୟନଗରରେ ପ୍ରଥମେ ଖୋଲିଥିଲା ପରେ ଏହି ସଂସ୍ଥା ଖଣ୍ଡଗିରିସ୍ଥିତ ଜାଗମରାକୁ ସ୍ଥାନାନ୍ତର କରାଯାଇଛି।

ସଫ୍ଟୱୟାର ଜଗତରୁ ଆସିଥିବା ସନ୍ତୋଷ କୁମାର ସାହୁ, କନଷ୍ଟ୍ରକ୍ସନ ଦୁନିଆରୁ ଆସିଥିବା ଭାଗିରଥି ପଣ୍ଡା ଏବଂ ଫଟୋଗ୍ରାଫର ଅମିତ କୁମାର ସାମଲ ଏହି ସଂସ୍ଥା ଶୁଭାରମ୍ଭ କରିଥିଲେ। ରାଜଧାନୀ ଭୁବନେଶ୍ୱରରେ ଘର ପାଖରେ ଗାଡ଼ି ୱାସିଂ କରିବାର ଲକ୍ଷ୍ୟ ନେଇ ଏହି ତିନି ଜଣ ଉଦ୍ୟମ ଆରମ୍ଭ କରିଥିଲେ। ମୋବାଇଲ୍‌ ନମ୍ବର ୯୨୩୭୭୭୨୨୨୬, ୭୯୭୮୦୬୯୮୫୦ ରେ କଲ୍‌ କଲେ ଦୁଆର ମୁହଁରେ ପହଞ୍ଚି ଯାଉଛନ୍ତି ବୁକ୍‌ ଏ ୱାସର କର୍ମଚାରୀ। ସେହିପରି www.bookawash.in ୱେସାଇଟରେ ବି ବୁକିଂ କଲେ ଘର ପାଖରେ ଏହି ସେବା ମିଳୁଛି।

୧୫ ଜଣ କର୍ମଚାରୀଙ୍କୁ ନେଇ ‘ବୁକ୍‌ ଏ ୱାସ’ ସଂସ୍ଥା ଆରମ୍ଭ ହୋଇଛି। ଏହି କର୍ମଚାରୀମାନେ ୭ଟି ଭ୍ରାମ୍ୟମାଣ ଗାଡ଼ିରେ ଭୁବନେଶ୍ୱର ସହର ବୁଲି ବୁଲି ସେବା ପ୍ରଦାନ କରୁଛନ୍ତି। କେବଳ ଭୁବନେଶ୍ୱରରେ ନୁହେଁ, ଜାମସେଦପୁରରେ ମଧ୍ୟ ଏହି ସଂସ୍ଥା ଫ୍ରାଞ୍ଚାଇଜ ଜରିଆରେ ସେବା ଯୋଗାଇବା ଆରମ୍ଭ କରିଛି। ଜାମସେଦପୁରରେ ଦୁଇଟି ଭ୍ରାମ୍ୟମାଣ ଗାଡ଼ିରେ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି।

ଏ ସମ୍ପର୍କରେ ସନ୍ତୋଷ କୁମାର ସାହୁ ଓଡ଼ିଶାଲାଇଭ୍‌କୁ କୁହନ୍ତି, “ଭୁବନେଶ୍ୱରରେ କାର୍ ସଂଖ୍ୟା ବୃଦ୍ଧି ପାଇଛି। ହେଲେ ଗାଡ଼ି ସଫା ସୁତୁରା ରଖିବା ପାଇଁ ଲୋକଙ୍କ ପାଖରେ ସମୟ ନାହିଁ। ଏହାକୁ ଦୃଷ୍ଟିରେ ରଖି ଆମେ ଭ୍ରାମ୍ୟମାଣ ସେବା ଆରମ୍ଭ କରିଛୁ। ପ୍ରାୟ ବର୍ଷକ ମଧ୍ୟରେ ଆମେ ଭୁବନେଶ୍ୱରରେ ଭଲ ସଫଳତା ପାଇଛୁ। ଆଗାମୀ ଦିନରେ ଅନ୍ୟ ସହରରେ ଏହି ସୁବିଧା ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରହିଛି।”

ବିଭିନ୍ନ ବର୍ଗର ଗାଡ଼ି ଓ୍ବାସିଂ ପାଇଁ ଭିନ୍ନ ଭିନ୍ନ ରେଟ୍ ରହିଛି। ହାଚବ୍ୟାକ୍‌ ବର୍ଗର ଗାଡ଼ି ଓ୍ବାସିଂ ପାଇଁ ୩୦୦ ଟଙ୍କା ରହିଥିବା ବେଳେ ସେଡ଼ାନ୍ ପାଇଁ ୪୦୦ ଏବଂ ଏସ୍‌ୟୁଭି ପାଇଁ ୬୦୦ ଟଙ୍କା ରହିଛି।

ବୁକ୍ ଏ ଓ୍ବାସ ଟିମ୍ ଗାଡ଼ି ଏବଂ ଘର ବା ଅଫିସ ଆସବାବ ସଫା କରିବା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ସାଥିରେ ଧରି ଆସନ୍ତି। ତାମଧ୍ୟରେ ରହିଛି ପାଣିଟାଙ୍କି, ଜେନେରେଟର, କ୍ଲିନିଂ ସରଞ୍ଜାମ ଏବଂ ଓ୍ବାଟର କ୍ୟାନନ ପାଇଁ ଆବଶ୍ୟକ ଯନ୍ତ୍ର। ସେମାନେ କେବଳ ଆପଣଙ୍କଠାରୁ ଗୋଟେ ପାଓ୍ବାର କନେକ୍ସନ୍ ଚାହାନ୍ତି। ଯଦି କରେଣ୍ଟ ଚାଲିଯାଏ ତେବେ ସାଥିରେ ଥିବା ଜେନେରେଟର କାମରେ ଆସିଥାଏ। ଆପଣଙ୍କ ପାଇଁ କୌଣସି ଝିନ୍‌ଝଟ ରଖିବାକୁ ଚାହାନ୍ତି ନାହିଁ ଏହି ଅତ୍ୟାଧୁନିକ ସେବା ପ୍ରଦାନକାରୀ ସଂସ୍ଥା।

“ସତରେ ଏହା ଏକ ସୁନ୍ଦର ସେବା। ମୋତେ କୌଣସି ସର୍ଭିସ ସେଣ୍ଟର ଯିବାକୁ ପଡ଼ିଲାନି କି ସମୟ ଦେବାକୁ ପଡ଼ିଲାନି। ମୁଁ ଅଫିସ୍‌ରେ କାମ କରୁଥିବା ବେଳେ ମୋ ଗାଡ଼ି ସଫା ହୋଇ ପୂରା ପଲିସ୍‌ ହୋଇଗଲା। ପୁଣି ଠିକଣା ଦରରେ। ସ୍ମାର୍ଟସିଟି ପାଇଁ ଏଭଳି ସ୍ମାର୍ଟ ସେବା ଆବଶ୍ୟକ”, – ଏହା କହିଛନ୍ତି ଜଣେ ଗ୍ରାହକ ଶ୍ୟାମଲ କିଶୋର।

କେବଳ କାର୍‌ ଓ୍ବାସିଂ ନୁହେଁ, ଆପଣଙ୍କ ଗାଡ଼ିରେ ଦାଗ ଲାଗିଥିଲେ ବା ଗାଡ଼ିକୁ ଚକାଚକ କରିବାକୁ ଚାହିଁଲେ ସେମାନେ ଆପଣଙ୍କୁ ପଲିସିଂ ସେବା ମଧ୍ୟ ଯୋଗାଇ ଦେଇଥାନ୍ତି।ଏହାଛଡ଼ା ଏହି ସଂସ୍ଥା ଘର ଏବଂ ଅଫିସରେ ସ୍ମାର୍ଟ କ୍ଲିନିଂ ସେବା ଯୋଗାଇ ଦେଉଛି।

ଆଗାମୀ ଦିନରେ କୋରାପୁଟର ଦାମନଯୋଡ଼ି, ରାଉରକେଲା ସହରରେ ଏହି ଭ୍ରାମ୍ୟମାଣ ସେବା ଯୋଗାଇଦେବା ପାଇଁ ସଂସ୍ଥା ଲକ୍ଷ୍ୟ ରଖିଥିବା ସନ୍ତୋଷ ସାହୁ କହିଛନ୍ତି।

Comment