ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତିଙ୍କ ପାଖକୁ ଯାଇ ପାରିଲା ନାହିଁ ତିନି ତଲାକ୍ ବିଲ୍। ଲୋକସଭାରେ ପାସ୍‌ ହେବା ପରେ ବିରୋଧୀ ସଂଶୋଧନ ଦାବି କରିବାରୁ ଏହି ବିଲ୍‌ ରାଜ୍ୟସଭାରେ ଝୁଲିକି ରହିଛି। ବଜେଟ୍ ଅଧିବେଶନରେ ପୁଣି ଏହି ବିଲ୍‌ ଆଗତ ହେବାର ସମ୍ଭାବନା ରହିଛି।

ଶୁକ୍ରବାର ଶେଷ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ। ହେଲେ ପାସ୍‌ ହୋଇପାରିଲାନି ତିନି ତଲାକ୍‌ ବିଲ୍। ରାଜ୍ୟସଭାରେ ଲଟକି ରହିଛି ଏହି ବିଲ୍। ବଜେଟ୍ ଅଧିବେଶନ ବେଳେ ଏହି ବିଲ୍‌ ପୁଣି ଆସିବାର ସମ୍ଭାବନା ରହିଛି।

ତିନି ତଲାକ୍‌ ବିଲ୍‌ ଚଳିତ ଅଧିବେଶନରେ ଲୋକସଭାରେ ଆଗତ ହୋଇଥିଲା। ହେଲେ ବିଲ ସଂଶୋଧନ କରିବା ପାଇଁ ବିରୋଧୀ ଦଳ ଦାବି କରିଥିଲେ। ମାତ୍ର ଶାସକ ଦଳ ସଭ୍ୟ ବାଚନିକ ଭୋଟରେ ଏହି ବିଲ୍‌କୁ ପାସ୍‌ କରାଇ ନେଇଥିଲେ। ହେଲେ ରାଜ୍ୟସଭାରେ ଏହି ବିଲ୍‌ ଝୁଲିକି ରହିଥିଲା। ରାଜ୍ୟସଭାରେ ଏହି ବିଲ୍‌ ଆଗତ ହେବା ମାତ୍ରେ କଂଗ୍ରେସ ଏହାର ସଂଶୋଧନ ଦାବି କରିଥିଲା। ଏହାକୁ ନେଇ ରାଜ୍ୟସଭାରେ କଥା କଟାକଟି ହୋଇଥିଲା। ହେଲେ ବିଲ୍‌ ପାସ୍‌ ହୋଇପାରିଲାନି।

ତିନି ତଲାକ୍‌କୁ ସୁପ୍ରିମକୋର୍ଟ ବେଆଇନ୍ ଦର୍ଶାଇବା ସହ କେନ୍ଦ୍ର ସମେତ ରାଜ୍ୟ ସରକାର ଏନେଇ ପରାମର୍ଶ ଦେବାକୁ କହିଥିଲେ। ତିନି ତଲାକ୍ ରୋକିବାକୁ ସଂସଦରେ ଆଇନ୍ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଡିସେମ୍ବର ୨୮ରେ ଏହି ବିଲ୍ ଲୋକସଭାରେ ଆଗତ ହୋଇଥିଲା।

Comment