ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକମାନେ ଚାରିଆଡୁ ନିରାଶ ହେବା ପରେ ନ୍ୟାୟ ପାଇବା ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥାନ୍ତି। କିନ୍ତୁ ନ୍ୟାୟ ପ୍ରଦାନ କରୁଥିବା ବିଚାରପତିମାନେ ନ୍ୟାୟ ପାଇବା ଆଶାରେ ଗଣମାଧ୍ୟମର ଆଶ୍ରୟ ନେବା ଘଟଣା ପ୍ରଥମ ଥର ପାଇଁ ଦେଶରେ ଘଟିଛି। ଦେଶର ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟର ଚାରିଜଣ ବିଚାରପତି ଗଣମାଧ୍ୟମ ଆଗରେ ସେମାନଙ୍କ ଦୁଃଖ ଜଣାଇଛନ୍ତି। ପ୍ରଧାନ ବିଚାରପତିଙ୍କ ଉପରୁ ଆସ୍ଥା ହରାଇ ଏହି ବିଚାରପତିମାନେ  ଗଣମାଧ୍ୟମକୁ ସାମ୍ନା କରିଛନ୍ତି ବୋଲି ସ୍ଵୀକାର କରିଛନ୍ତି।

ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଜେ ଚେଲାମେଶ୍ଵର, ଜଷ୍ଟିସ୍ ରଞ୍ଜନ ଗୋଗେଇ, ଜଷ୍ଟିସ୍ ମଦନ ଲୋକୁରୁ ଓ ଜଷ୍ଟିସ୍ ପୁରିୟନ୍ ଜୋସେଫ୍ ନୂଆ ଦିଲ୍ଲୀରେ। ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟରେ ଯାହା ଚାଲିଛି ଠିକ୍ ଚାଲିନାହିଁ। ସୁପ୍ରିମକୋର୍ଟର ପ୍ରଶାସନିକ କାର୍ଯ୍ୟ ଠିକ୍ ଢଙ୍ଗରେ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି ସୁପ୍ରିମକୋର୍ଟର ବିଚାରପତିମାନେ ଗଣମାଧ୍ୟମ ଆଗରେ ସର୍ବୋଚ୍ଚ ଅଦାଲତରେ ଚାଲିଥିବା ଅବ୍ୟବସ୍ଥା ସମ୍ପର୍କରେ ମନ୍ତବ୍ୟ ଦେବା ଭାରତ ଇତିହାସରେ ଏହା ପ୍ରଥମ ଘଟଣା ବୋଲି ଜଷ୍ଟିସ୍ ଜେ.ଚେଲାମେଶ୍ଵର କହିଛନ୍ତି। କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ବିଚାରପତିମାନେ  ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ବୋଲି କହିଛନ୍ତି। ନ୍ୟାୟପାଳିକା ସୁରକ୍ଷିତ ନ ରହିଲେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ସାଧାରଣ ଲୋକେ ଉପଯୁକ୍ତ ନ୍ୟାୟ ପାଇପାରିବେ ନାହିଁ। ଏ ସମ୍ପର୍କରେ ପ୍ରଧାନ ବିଚାରପତିଙ୍କ  ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ସେ ଏଥିପ୍ରତି ଗୁରୁତ୍ଵ ଦେଇନଥିଲେ।

ସେମାନେ ଯାହା କୁହନ୍ତି-

ସଲମାନ ଖୁର୍ସିଦ୍ (ପୂର୍ବତନ ଆଇନମନ୍ତ୍ରୀ): ଏହା ଏକ ଦୁଃଖଦ ଘଟଣା। ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ଗଣମାଧ୍ୟମ ଆଗରେ ସୁପ୍ରିମକୋର୍ଟର ଦୋଷ ଦୁର୍ବଳତା ପ୍ରକାଶ କରିବା ଅତ୍ୟଧିକ ଲଜ୍ଜ୍ୟାର ବିଷୟ।

ପ୍ରଶାନ୍ତ ଭୂଷଣ (ସାମାଜିକ କର୍ମୀ): ଏହା ଏକ ଗମ୍ଭୀର ଘଟଣା। ବିଚାରପତିମାନଙ୍କୁ ସାଧାରଣ ଲୋକମାନେ ଆଉ ବିଶ୍ଵାସକୁ ନେବେ ନାହିଁ। ସୁପ୍ରିମକୋର୍ଟର ୪ଜଣ ବିଚାରପତିଙ୍କ ସାମ୍ବାଦିକ ସମ୍ମିଳନୀ ଦେଶର ନ୍ୟାୟପାଳିକାକୁ କାଠଗଡ଼ାରେ ଛିଡ଼ା କରାଇଛି।

Comment