ଓଡ଼ିଶାଲାଇଭ୍‍ ବ୍ୟୁରୋ

ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା କଲେଜ ଓ ଶିକ୍ଷକମାନଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ସେମାନଙ୍କର ୭ଟି ଦାବି ଭିତରୁ ୬ଟି ପୂରଣ ହେବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଉଭୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସହ ଆଲୋଚନା ପରେ ଶିକ୍ଷକମାନେ ଆସନ୍ତା ୯ ତାରିଖ ଯାଏଁ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି।

ଶିକ୍ଷକ ଓ କର୍ମଚାରୀ ମିଳିତ ଫେଡରେସନର ଆନ୍ଦୋଳନରତ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଆଗାମୀ ମାଟ୍ରିକ ପରୀକ୍ଷାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା। ଫେବୃଆରୀ ୨୩ରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୧୬ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଛି। ଅନ୍ୟ ଦାବିମାନଙ୍କ ଭିତରେ ଗ୍ରାଣ୍ଟ ଇନ ଏଡ ଏକ ବଡ଼ ଦାବି। ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଘୋଷଣା ହେବା ପରେ ସରକାର ଆଶ୍ୱସ୍ତ ହୋଇଛନ୍ତି।

Comment