ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭା ମଞ୍ଚକୁ ଚପଲ ମାଡ଼ କରିବା ଘଟଣାର ପ୍ରତିବାଦ କରିଛି ବିଜେଡି। ଭୁ୍ବନେଶ୍ୱର ଜନତା ମଇଦାନଠାରେ ଦଳୀୟ ନେତା ଓ କର୍ମୀ ଧାରଣା ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣା ପଛରେ କାହାର ହାତ ରହିଛି ତାହାର ତଦନ୍ତ କରିବାକୁ ବିଜେଡି ଦାବି କରିଛି।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ଘଟଣାକୁ ଆମେ ଦୃଢ଼ ନିନ୍ଦା କରୁଛୁ। ବିଜେପିର ହିଂସାପୂର୍ଣ୍ଣ ଆଚରଣ ବିରୋଧରେ ଆମେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛୁ। ବିଜେପି ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରିଥିବା ବେଳେ ଆମେ ଗାନ୍ଧିଙ୍କ ଅହିଂସା ନୀତିକୁ ଗ୍ରହଣ କରୁଛୁ।”

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ବରପାଲ୍ଲିର କୁମ୍ଭାରୀରେ ପ୍ରଚାର କରୁଥିବା ବେଳେ ହଠାତ୍ ତାଙ୍କ ସଭା ମଞ୍ଚକୁ ଚପଲ ମାଡ଼ ହୋଇଥିଲା। ଚପଲ ମାଡ଼ କରିଥିବା ଯୁବକଙ୍କ ପକେଟରୁ ବିଜେପି ପତାକା ବାହାରିବା ପରେ ରାଜନୀତି ଜୋର୍ ଧରିଥିଲା। ବିଜେପି ଏବଂ ବିଜେଡି ମଧ୍ୟରେ ରାଜନୈତିକ ବୟାନବାଜି ଲାଗି ରହିଛି।

LEAVE A REPLY

Please enter your comment!
Please enter your name here