ଓଡ଼ିଶାଲାଇଭ୍ ବ୍ୟୁରୋ

ଯଦି ତ୍ଵଚାରେ ଚମକ ଆଣିବାକୁ ଚାହୁଁଛନ୍ତି, ନିଜ ଖାଦ୍ୟରେ ଏହିସବୁ ଖାଦ୍ୟ ସାମିଲ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ।

ତ୍ଵଚାରେ ଚିକ୍କଣ ଆଣିବା ପାଇଁ କିଏ ବା ନ ଚାହେଁ। ଏଥିପାଇଁ ଖାଦ୍ୟରେ ସଚେତନ ହେବା ନିହାତି ଜରୁରୀ। ନିଜ ସ୍ଵାସ୍ଥ୍ୟ ସହ ତ୍ୱଚା ପ୍ରତି ମଧ୍ୟ ଯତ୍ନବାନ ହେବାକୁ ପଡିଥାଏ। କେଉଁ ଖାଦ୍ୟ ଖାଇଲେ ସବୁବେଳେ ତ୍ୱଚାର ନମନୀୟତା ବଜାୟ ରହିଥାଏ। ଆସନ୍ତୁ ଜାଣିବା…

ମାଛ- ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍‌ ତ୍ୱଚାକୁ ସୂର୍ଯ୍ୟକିରଣରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ମାଛ ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚିତ ରେଖା ଦେଖାଯାଇ ନ ଥାଏ।

ଟମାଟୋ- ଟମାଟୋରେ ରହିଛି ଲାଇକୋପିନ୍‌ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍‌। ଆଣ୍ଟି ଏଜିଙ୍ଗ୍‌ ପାଇଁ ଏହା ଉତ୍ତମ ମାଧ୍ୟମ ସାଜିଥାଏ।

କଦଳୀ- ପୋଟାସିୟମ୍‌ ଏବଂ ଭିଟାମିନ୍‌ ସିରେ ଭରପୂର କଦଳୀ କେଶ ଓ ତ୍ୱଚା ଉଭୟ ପାଇଁ ଉପକାରୀ।

ଷ୍ଟ୍ରବେରି- ଷ୍ଟ୍ରବେରିରେ ପ୍ରଚୁର ମାତ୍ରାରେ ରହିଛି ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ୍‌ । ନିୟମିତ ଏହାକୁ ଖାଇଲେ ତ୍ୱଚା ସଫା ଲାଗିଥାଏ।

ଗ୍ରୀନ୍‌ ଟି- ଗ୍ରୀନ୍‌ ଟିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ମଧ୍ୟ ଦୂର କରିଥାଏ।

ସେଓ- ପ୍ରୋଟିନ୍‌ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ସେଓ ପ୍ରତିଦିନ ଖାଇଲେ ତ୍ୱଚା ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

ଦହି- ଦହିରେ ରହିଛି ପ୍ରଚୁର ମାତ୍ରାରେ କ୍ୟାଲ୍‌ସିୟମ୍‌‌। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ସହଜ କରିଥାଏ।

ଅମୃତଭଣ୍ଡା- ଭିଟାମିନ୍‌-ବି, ସି, ମ୍ୟାଗ୍ନେସିୟମ୍‌ରେ ପରିପୂର୍ଣ୍ଣ ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ପପେନ୍‌ ନାମକ ଏନ୍‌ଜାଇମ୍‌ ଥାଏ ଯାହାକି ତ୍ୱଚାକୁ ଲୋଚାକୋଚା ହେବାକୁ ଦିଏନାହିଁ।

ବାଦାମ- ସ୍ଵାସ୍ଥ୍ୟ ଏବଂ ମସ୍ତିଷ୍କ ଉଭୟ ପାଇଁ ଏହା ଫଳପ୍ରଦ। ଏଥିରେ ମନୋସ୍ୟାଚୁରେଟଡ୍‌ ପ୍ରୋଟିନ୍‌ ଏବଂ ପୋଟାସିୟମ୍‌ ଥାଏ ଯାହାକି ଶରୀରକୁ ଶକ୍ତି ଏବଂ ତ୍ୱଚାରେ ଚମକ ଆଣିଥାଏ।

 

Comment