ଓଡ଼ିଶାଲାଇଭ୍ ବ୍ୟୁରୋ

  • କଟକ ସଦର ଥାନାରେ ଚାଲିଛି ଜେରା
  • ପୋଲିସର ସ୍ୱତନ୍ତ୍ର ଟିମ୍ ଗୁଳିକାଣ୍ଡର ଖୋଜୁଛନ୍ତି ଲିଙ୍କ୍
  • ଦ୍ୱିତୀୟ ଦିନରେ ମୁହାଁମୁହିଁ ଜେରା

ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ମୁହାଁମୁହିଁ ଜେରା କରିଛି କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍। ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ଏମାନଙ୍କ ସଂପୃକ୍ତି କ’ଣ ସେନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି ପୋଲିସ। ରିମାଣ୍ଡର ଦ୍ୱିତୀୟ ଦିନରେ ପୋଲିସ କଟକ ସଦର ଥାନାରେ ଉଭୟଙ୍କୁ ଏମିତି ପ୍ରଶ୍ନବାଣରେ ଛନ୍ଦିଥିଲା।

ସକାଳ ୧୨ଟାରୁ ଅପରାହ୍ଣ ୪ଟା ଯାଏଁ ପୋଲିସ ବିଜନ ପାଲ୍ ଗୁଳିକାଣ୍ଡର ଖିଅ ଖୋଜିଥିଲା। ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କ ଭିତରେ ଆର୍ଥିକ ସମ୍ପର୍କ ରହିଛି କି? ଗୁଳିକାଣ୍ଡ ଘଟଣାରେ ଆଉ କାହା ହାତ ରହିଛି? ଏହା ଜାଣିବା ପାଇଁ ପୋଲିସ ଉଭୟଙ୍କୁ ୩ ଦିନିଆ ରିମାଣ୍ଡରେ ଆଣି ପଚରା ଉଚରା ଚଳାଇଛି।

ବୁଧବାର ଉଭୟଙ୍କୁ ଅଲଗା ଅଲଗା ଜେରା କରିଥିବା ପୋଲିସ ଗୁରୁବାର ମୁହାଁମୁହିଁ ଜେରା କରି ସତ ଜାଣିବାକୁ ଚେଷ୍ଟା କରିଛି।

ରଞ୍ଜିତା ବିଶ୍ୱାଳଙ୍କୁ ପୋଲିସ କିଛିଦିନ ତଳେ ଗିରଫ କରିଛି। ଠିକାଦାର ବିଜନ ପାଲ୍ ଗୁଳିକାଣ୍ଡ ଘଟଣାରେ ରଞ୍ଜିତାଙ୍କ ସଂପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ତାଙ୍କୁ ଗିରଫ କରିଛି।  କଟକ ଜେଏମ୍‌ଏଫ୍‌ସି କୋର୍ଟଙ୍କ ଅନୁମତି କ୍ରମେ ପୋଲିସ ସୁଶାନ୍ତ ଧଳସାମନ୍ତ ଏବଂ ରଞ୍ଜିତାଙ୍କୁ ରିମାଣ୍ଡରେ ନେଇଛି। ଶୁକ୍ରବାର ରିମାଣ୍ଡ ଶେଷ ହେଉଛି।

LEAVE A REPLY

Please enter your comment!
Please enter your name here