ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଛି। ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

ରାୟଗଡ଼ା ଜିଲ୍ଲା କେଉଟଗୁଡ଼ା ଷ୍ଟେସନ ନିକଟରେ ଘଟିଛି ଅଘଟଣ। ଶୁକ୍ରବାର ସନ୍ଧ୍ୟା ୫ଟା୧୬ରେ ହାୱଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ହେଲେ କାହାର କିଛି କ୍ଷୟକ୍ଷତି ହୋଇନି।

ଟ୍ରେନ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଟ୍ରେନ ଚାଳକ ଏହା ଜାଣିପାରି ଟ୍ରେନକୁ ଅଟକାଇବାକୁ ଚାହୁଁଥିଲେ। ମାତ୍ର ରାୟଗଡ଼ାଠାରୁ ୨୦ କିମି ଦୂର କେଉଟଗୁଡ଼ା ଷ୍ଟେସନ ନିକଟରେ ଇଞ୍ଜିନର ଦୁଇଟି ଚକ ଟ୍ରାକରୁ ଖସି ଆସିଥିଲା। ଫଳରେ ଟ୍ରେନଟି ଆଉ ଆଗକୁ ଯାଇ ନଥିଲା।

ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ହେଲେ ଟ୍ରେନର ଅନ୍ୟ ବଗି ସୁରକ୍ଷିତ ରହିଛି। ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିଛି। ରିଲିଫ୍ ଟ୍ରେନରେ ବଗିଗୁଡ଼ିକୁ ରାୟଗଡ଼ା ଷ୍ଟେସନକୁ ଅଣାଯାଉଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଖୁବଶିଘ୍ର ଏହି ରୁଟରେ ଟ୍ରେନ ଚଳାଚଳ କରିବ ବୋଲି ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comment