ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ ‘ଆଜିର ବଡ଼ ଖବର’

ବୁଧବାର ଶପଥ ନେବେ ଏଚ୍‌ ଡି କୁମାର ସ୍ୱାମୀ

ବି ଏସ୍ ୟେଦୁରପ୍ପା ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା କଂଗ୍ରେସ-ଜେଡିଏସ୍‌ ମେଣ୍ଟକୁ ସରକାର ଗଠନ କରିବାକୁ ଡାକିଛନ୍ତି। ଏହି ମେଣ୍ଟର ଏଚ୍‌ ଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଦିନ ୧୨ଟା୩୦ରେ ଶପଥ ଗ୍ରହଣ କରିବେ।

ମେଗାନ୍ ମାର୍କେଲଙ୍କ ହାତ ଧରିଲେ ଇଂଲଣ୍ଡ ରାଜ କୁମାର ପ୍ରିନ୍ସ ହ୍ୟାରି

ହଲିଉଡ ଅଭିନେତ୍ରୀ ମେଗାନ ମାର୍କଲେଙ୍କୁ ବିବାହ କଲେ ଇଂଲଣ୍ଡ ରାଜ କୁମାର ପ୍ରିନ୍ସ ହ୍ୟାରି। ୱିଣ୍ଡସର କ୍ୟାସଲର ସେଣ୍ଟ ଜର୍ଜ ଚାପେଲ ଚର୍ଚ୍ଚରେ ରାଜକୀୟ ପରମ୍ପରାରେ ସମ୍ପନ୍ନ ହୋଇଥିଲା ଏହି ବାହାଘର। ଏହି ବାହାଘରକୁ ୨୦୦ କୋଟିରୁ ଅଧିକ ଦର୍ଶକ ଟିଭି ମାଧ୍ୟମରେ ଦେଖିଛନ୍ତି। ବିବାହ ଉତ୍ସବରେ ଡେଭିଡ୍ ବେକହାମ, ଜର୍ଜ କ୍ଲୁନି, ଓପ୍ରା ୱିନଫ୍ରେ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଲୋକପ୍ରିୟ ତାରକା।

କର୍ଣ୍ଣାଟକରେ ବିଜେପି ଠୋ: ଅଗ୍ନି ପରୀକ୍ଷା ପୂର୍ବରୁ ହାତ ଟେକିଦେଲେ ୟେଦୁରପ୍ପା

କର୍ଣ୍ଣାଟକରେ ଚାଲିଥିବା ହାଇଭୋଲଟେଜ ଡ୍ରାମାର ଶେଷ ହୋଇଛି। ଅଗ୍ନିପରୀକ୍ଷା ଦେବା ପୂର୍ବରୁ ବି ଏସ୍‌ ୟେଦୁରପ୍ପା ହାତ ଟେକି ଦେଇଛନ୍ତି। ଫ୍ଲୋର ଟେଷ୍ଟ ହେବା ଆଗରୁ ୟେଦୁରପ୍ପା ଭାବବିହ୍ବଳ ଭାଷଣ ଦେଇ ଇସ୍ତଫା ଦେଇଛନ୍ତି। ସରକାର ଗଠନ ପାଇଁ ବିଜେପି ଯେଉଁ ଦମ୍ଭୋକ୍ତି ଦେଖାଇଥିଲା ତାହା ଶେଷରେ ଠୋ ହୋଇଯାଇଛି। ଅଢ଼େଇ ଦିନର ମୁଖ୍ୟମନ୍ତ୍ରୀ ରହିବା ପରେ ୟେଦୁରପ୍ପା ନିଜ ପଦ ଛାଡ଼ିଛନ୍ତି।

ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ଚଳିତବର୍ଷ ପାସ ହାର ୭୬.୯୮ ପ୍ରତିଶତ

ପ୍ରକାଶ ପାଇଛି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଚଳିତ ବର୍ଷ ପାସ ହାର ରହିଛି ୭୭.୯୮ ପ୍ରତିଶତ।

ସୁପ୍ରିମକୋର୍ଟରେ କଂଗ୍ରେସର ଆବେଦନ ଖାରଜ: କାମଚଳା ବାଚସ୍ପତି ରହିବେ କେଜି ବୋପେୟା

କର୍ଣ୍ଣାଟକ ବିଧାନସଭାର କାମଚଳା ବାଚସ୍ପତି ଭାବେ କେଜି ବୋପେୟା ହିଁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆସ୍ଥାଭୋଟ ସମୟରେ ଅଧ୍ୟକ୍ଷତା କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଂଗ୍ରେସକୁ ଝଟକା: ଶକ୍ତି ପରୀକ୍ଷଣ ପୂର୍ବରୁ ୨ଜଣ ବିଧାୟକ ଗୃହରେ ଅନୁପସ୍ଥିତ

କର୍ଣ୍ଣାଟକ ବିଧାନସଭାରେ ଶକ୍ତି ପରୀକ୍ଷଣ ପୂର୍ବରୁ କଂଗ୍ରେସର ୨ଜଣ ବିଧାୟକ ଗୃହରେ ଅନୁପସ୍ଥିତ ଅଛନ୍ତି।

ଆସନ୍ତା ୨୬ରେ ଓଡ଼ିଶା ଆସୁଛନ୍ତି ମୋଦି

କେନ୍ଦ୍ର ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Comment