ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ କାର୍ଯ୍ୟକ୍ରମରୁ ଫେରିଯିବା ପରେ ଭୁବନେଶ୍ୱରସ୍ଥିତ ବିଜେପି ପାର୍ଟି ଅଫିସ ଉପରେ ବୋମା ମାଡ଼ ହୋଇଛି। ଦୁଇ ଜଣ ବ୍ୟକ୍ତି ଅଚାନକ ଆସି ଦୁଇଟି ବୋମା ଫିଙ୍ଗି ପଳାଇ ଯାଇଥିଲେ। ଏମାନଙ୍କୁ ପୋଲିସ ଅଟକ ରଖିଛି।

ଗିରଫ ଦୁଇ ଜଣ ହେଲେ ପିନାକ ମହାନ୍ତି ଏବଂ ବିଶ୍ୱଜିତ ମଲ୍ଲିକ। ପିନାକଙ୍କ ଘର ବାରଙ୍ଗ। ଗତ ନଭେମ୍ବର ମାସରେ ବିଜେପି ପାର୍ଟି ଅଫିସରେ ନକଲି ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରିଥିଲେ ପିନାକ।

ଏହି ଦୁଇ ଜଣ ଯୁବକ ପାର୍ଟି ଅଫିସ ନିକଟକୁ ଚାଲି ଚାଲି ଆସିଥିଲେ। ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ହେଲେ ପାର୍ଟି ଅଫିସରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ଅଟକାଇଥିଲେ। ଫଳରେ ସିକ୍ୟୁରିଟି ଗାର୍ଡ ଏବଂ ଏହି ଯୁବକଙ୍କ ଭିତରେ ଯୁକ୍ତି ହୋଇଥିଲା। ଶେଷରେ ସେମାନେ ଦୁଇଟି ବୋମା ଫିଙ୍ଗି ଚମ୍ପଟ ମାରିଥିଲେ।

ଖବରପାଇ ଖାରବେଳନଗର ଥାନା ପୋଲିସ ପାର୍ଟି ଅଫିସ ପାଖରେ ପହଞ୍ଚିଥିଲା। ସିକ୍ୟୁରିଟି ଗାର୍ଡଙ୍କ ମୁହଁରୁ ସମସ୍ତ କଥା ଶୁଣିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉଭୟଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

Comment