ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଦର ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ପାଇଁ କୁହାଯାଉଛି। କିନ୍ତୁ ଆଜି ଜିଏସ୍‌ଟି ପ୍ୟାନେଲ ନେଟଓ୍ବର୍କ ମୁଖ୍ୟ ଥିବା ବିହାର ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ପେଟ୍ରୋଲ-ଡିଜେଲ ଦର କମିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।

ପେଟ୍ରୋଲ-ଡିଜେଲ ଜିଏସ୍‌ଟି ପରିସରକୁ ଆସିଲେ ବିଶେଷ କିଛି ଫରକ ପଡ଼ିବ ନାହିଁ ବୋଲି ସୁଶିଲ ମୋଦି କହିଛନ୍ତି।

ସୁଶିଲ ମୋଦି କହିଛନ୍ତି, “ବର୍ତ୍ତମାନ ପେଟ୍ରୋଲ ପଦାର୍ଥକୁ ଜିଏସ୍‌ଟି ପରିସରକୁ ଆଣିବାର କୌଣସି ଯୋଜନା ନାହିଁ ବୋଲି ସେ କହିଛନ୍ତି। ଜିଏସ୍‌ଟି ବ୍ୟବସ୍ଥାରେ ଯେ ପର୍ଯ୍ୟନ୍ତ ସ୍ଥିରତା ଆସିନି ସେପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ଲାଗୁ ନକରିବାକୁ ଜିଏସ୍‌ଟି କାଉନସିଲରେ ନିଷ୍ପତ୍ତି ହୋଇଛି।”

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ବାରମ୍ବାର କହୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ୁଛନ୍ତି। ଜିଏସ୍‌ଟି ପରିସରଭୁକ୍ତ ହେଲେ ହିଁ ପେଟ୍ରୋଲ-ଡିଜେଲ ମୂଲ୍ୟ ନିୟନ୍ତ୍ରଣ ହେବ ବୋଲି ସେ ବିଭିନ୍ନ ସମୟରେ କହୁଛନ୍ତି। ହେଲେ ଜିଏସ୍‌ଟି ପ୍ୟାନେଲ ମୁଖ୍ୟ ସୁଶିଲ ମୋଦି ଆଜି ଭିନ୍ନ କଥା କହିଥିବାରୁ ପେଟ୍ରୋଲ-ଡିଜେଲ ଦର ହ୍ରାସ ନପାଇବାର ଆଶଙ୍କା ଉପୁଜିଛି।

Comment