ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାମାନଙ୍କ ସହ ଅସଦାଚରଣ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ। ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଆସୁଛି ଜ୍ୟାକେଟ୍‌। ଯାହାକୁ ଛୁଇଁଲେ ଲାଗିବ ୨୪ଭୋଲ୍ଟର ଝଟକା।

ଆଜିକାଲି ଦେଶର ବିଭିନ୍ନ ଯାଗାରେ ମହିଳାମାନଙ୍କ ସହ ଅସଦାଚରଣ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ ରଖି ମୁରାଦାବାଦ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିର ଛାତ୍ରମାନେ ମିଶି ଏକ ଜ୍ୟାକେଟ୍ ପ୍ରସ୍ତୁତ କରିଛନ୍ତି। ମହିଳାମାନେ ଏହି ଜ୍ୟାକେଟ୍ ପିନ୍ଧିଲେ ସେମାନଙ୍କୁ ଯଦି ଜଣେ ଅଜଣା ବ୍ୟକ୍ତି ଛୁଇଁବ ତେବେ କରେଣ୍ଟ୍ ଲାଗିବ। ଏହାସହ ତତକ୍ଷଣାତ୍ ପୋଲିସକୁ ମଧ୍ୟ ଖବର ହୋଇଯିବ।

ଏହି ଜ୍ୟାକେଟ୍‌ରେ ଇଲେକ୍ଟ୍ରିକାଲ୍‌ ସର୍କିଟ ବ୍ୟବହାର କରାଯାଇ ଜିପିଏସ୍‌ ଏବଂ ଜିଏସ୍‌ଏମ୍‌ ସିଷ୍ଟମ ବ୍ୟବହାର କରାଯାଇଛି। ସେଥିରେ କ୍ୟାମେରା ବି ଫିଟ୍‌ କରାଯାଇଛି। ସିଷ୍ଟମ ଅନୁସାରେ, ମହିଳାଙ୍କୁ କେହି ଛୁଇଁବାକୁ ପ୍ରୟାସ କରି ସ୍ପର୍ଶ କରିବା ମାତ୍ରେ ହିଁ ଝଟ୍‌କା ଲାଗିବ। ଏହା ସହ ପୋଲିସ୍ ବି ଉଚିତ ସମୟରେ ଉପସ୍ଥିତ ହେବ।

ଏହି ଜ୍ୟାକେଟ୍‌ଟି ଦେଖିବାକୁ ସାଧାରଣ ଜ୍ୟାକେଟ ପରି। ଏହାର ବାମ ହାତ ପାଖରେ ଏକ ବଟନ୍‌ ଲଗାଯାଇଛି। ଯଦି କେହି ବ୍ୟକ୍ତି ସ୍ପର୍ଶ କରିବାକୁ ଚେଷ୍ଟା କରନ୍ତି ସେହି ବଟନ୍‌ ଦବାଇ ଦେଲେ ତାଙ୍କୁ ୨୪ ଭୋଲ୍ଟର ଝଟ୍‌କା ଲାଗିବ। ତାପରେ ଜିଏସ୍‌ଏମ୍‌ (ଗ୍ଲୋବାଲ ସିଷ୍ଟ୍‌ମ ଫର୍ ମୋବାଇଲ୍ କମୁନିକେଶନ୍)ଜରିଆରେ ପୋଲିସ ପାଖକୁ ଏକ ମେସେଜ ପଳାଇବ ଏବଂ ଜିପିଏସ୍‌ ମାଧ୍ୟମରେ ପୋଲିସ୍ ଲୋକେସନ ବି ଟ୍ରାକ୍‌ କରିପାରିବ।

ଏହି ଜ୍ୟାକେଟକୁ ମୁରାଦାବାଦ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି(ଏମଆଇଟି)ର ୫ଜଣ ଛାତ୍ର ରାଜୀବ କୁମାର ସିଂହ ମୌର୍ଯ୍ୟ, ଶିବମ୍ ଶ୍ରୀବାସ୍ତବ, ନିଖିଲ କୁମାର, ଋଷଭ ଭଟନାଗର ଏହି ସୁରକ୍ଷା ଜ୍ୟାକେଟ୍ ନିର୍ମାଣ କରିଛନ୍ତି। ପିନ୍ଧିଲେ ମହିଳାମାନେ ନିଜକୁ ସୁରକ୍ଷିତ ମଣିବେ ବୋଲି କହିଛନ୍ତି ଏହି ଜ୍ୟାକେଟକୁ ପ୍ରସ୍ତୁତ କରିଥିବା ଛାତ୍ରମାନେ।

ଜ୍ୟାକେଟ୍‌ର କଲର କିମ୍ବା ଚେନ୍‌ ପାଖରେ କ୍ୟାମେରା ଫିଟ୍‌ ରହିବ। ଏହି ପ୍ରୋଜେକ୍ଟ ତିଆରି କରିଥିବା ଛାତ୍ରମାନଙ୍କୁ ଅନେକ ପୁରସ୍କାର ମିଳି ସାରିଲାଣି। ସାଧାରଣ ଜ୍ୟାକେଟ୍‌ ଯେତିକି ମୂଲ୍ୟରେ ମିଳେ ସେତିକି ବଜେଟରେ ଏହି ଜ୍ୟାକେଟକୁ ଆପଣ ବଜାରରୁ କିଣିପାରିବେ।

Comment