ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି, ଯେଉଁମାନଙ୍କୁ ବିକିନିରେ ଦେଖିବାକୁ ଭଲ ପାଆନ୍ତି ନାହିଁ ଦର୍ଶକ ଆସନ୍ତୁ ଜାଣିବା ସେମାନେ କିଏ?

ବଲିଉଡ ହିରୋଇନ୍‌ମାନେ ଏକ୍ସପୋଜ୍ ହେବାରେ ମାହିର୍। ଏଥିପାଇଁ ସେମାନେ ବିକିନି ସୁଟରେ ବି ବେଳେ ବେଳେ ନଜର ଆସନ୍ତି। କେତେବେଳେ ପରଦା ଉପରେ ସେମାନଙ୍କୁ ବିକିନି ପିନ୍ଧା କଷ୍ଟ୍ୟୁମ୍‌ରେ ଦେଖିବାକୁ ମିଳେ ତ ପୁଣି କେତେବେଳେ ରିୟଲ୍ ଲାଇଫ୍‌ରେ ସେମାନଙ୍କର ବିକିନି ପିନ୍ଧି ଫଟୋ ଚର୍ଚ୍ଚା ସାଉଁଟିଥାଏ।

ଏମିତି କିଛି ବଲିଉଡ ନାୟିକା ଅଛନ୍ତି, ଯେଉଁମାନଙ୍କ ବିକିନି ସୁଟ୍ ପିନ୍ଧା ଫଟୋଗ୍ରାଫ୍‌ ଟ୍ରୋଲ୍ ହୋଇଥାଏ। ଲୋକେ ସେମାନଙ୍କୁ ସେହିଭଳି କଷ୍ଟ୍ୟୁମରେ ଦେଖିବାକୁ ଚାହାଁନ୍ତି ନାହିଁ।

ଆସନ୍ତୁ ନଜର ପକାଇବା ସେହିଭଳି ନାୟିକାମାନଙ୍କ ଉପରେ…

କାଟ୍ରିନା କୈଫ୍

କାଟ୍ରିନା କୈଫ୍‌ଙ୍କ ଡ୍ୟାନ୍ସ ଓ ଖୁବ୍ ଭଲ ଲାଗେ ସିନେପ୍ରେମୀଙ୍କୁ। କିନ୍ତୁ ହଟ୍ ବିକିନିରେ ତାଙ୍କୁ ସେଭଳି ଟିଆରପି ମିଳେନା, ଯେଉଁଭଳି ସାଧାରଣ ପୋଷାକରେ ମିଳିଥାଏ।

ସୋନମ୍ କପୁର

ସୋନମ କପୁରଙ୍କୁ ଦର୍ଶକ ‘ବୀରେ- ଦ ୱେଡିଂ’ ସିନେମାରେ ବିକିନି ପିନ୍ଧା କଷ୍ଟ୍ୟୁମରେ ଦେଖିଛନ୍ତି। କିନ୍ତୁ ଏହି ପୋଷାକରେ ତାଙ୍କୁ ଦର୍ଶକ ପସନ୍ଦ କରିନାହାନ୍ତି।

କାଜୋଲ୍

ବଲିଉଡର ଖ୍ୟାତନାମା ଓ ପ୍ରତିଭାବାନ୍ ନାୟିକା କାଜୋଲଙ୍କ ଅଭିନୟ ଦର୍ଶକଙ୍କୁ ମୁନ୍ତ୍ରମୁଗ୍ଧ କରେ। ସେ ‘ବାଜିଗର’ ସିନେମାରେ ବିକିନି ପିନ୍ଧିଥିଲେ। ହେଲେ ତାହା ଦର୍ଶକଙ୍କୁ ପସନ୍ଦ ଆସିନଥିଲା।

ଇଶା ଦେଓଲ୍

ଡ୍ରିମଗର୍ଲ ହେମାମାଳିନୀଙ୍କ ବଡ଼ ଝିଅ ଇଶା ଦେଓଲ୍ ଖୁବ୍ କମ୍ ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ‘ଧୂମ୍‌’ରେ ପ୍ରଥମ ଥର ପାଇଁ ସେ ବିକିନି ଅବତାରରେ ଦର୍ଶକମାନଙ୍କୁ ନଜର ଆସିଥିଲେ। କିନ୍ତୁ ଏହାକୁ ଭଲ ଟିଆରପି ମିଳିନଥିଲା।

ତାପସୀ ପାନୁ

ବଲିଉଡର ତାପସୀ ପାନୁ ଜଣେ ସିମ୍ପୁଲ୍ ଓ ସୋବର୍ ଆକ୍ଟ୍ରେସ୍‌ ଭାବେ ଦର୍ଶକମାନଙ୍କ ମଧ୍ୟରେ ଖୁବ୍‌ ପୋପୁଲାର। ସେ ‘ଜୁଡୱା’, ‘ନାମ ଶବାନା’ ଓ ‘ପିଙ୍କ’ ଭଳି ସିନେମାରେ ଖୁବ୍ ଭଲ ଅଭିନୟ କରିଛନ୍ତି। ତାପସୀ ଜଣେ ସୁନ୍ଦରୀ ନାୟିକା, ମାତ୍ର ଯେତେବେଳେ ସେ ବିକିନି ପିନ୍ଧନ୍ତି, ସେଥିରେ ତାଙ୍କର ସୁନ୍ଦରତା ଓ ସରଳତା ଲୁଚିଯାଏ ବୋଲି କୁହାଯାଏ।

ଆଲିଆ ଭଟ୍ଟ

ବଲିଉଡର ଲୋକପ୍ରିୟ ହିରୋଇନ୍‌ ରୁପେଲି ପରଦା ଉପରେ ବିକିନି ପିନ୍ଧିଛନ୍ତି ଓ ବାସ୍ତବ ଜୀବନରେ ବି ସେଭଳି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ସେଭଳି କଷ୍ଟ୍ୟୁମରେ ତାଙ୍କର ସୌନ୍ଦର୍ଯ୍ୟ ହ୍ରାସ ପାଏ ବୋଲି କୁହାଯାଏ।

ଶ୍ରୀଦେବୀ

ବଲିଉଡର ପ୍ରଥମ ଫିମେଲ୍ ସୁପରଷ୍ଟାର ଶ୍ରୀଦେବୀ ବେଶ୍ କେତେକ ଫିଲ୍ମରେ ଚରିତ୍ରୋପଯୋଗୀ ଅଭିନୟ କରି ଚର୍ଚ୍ଚିତା ହୋଇଛନ୍ତି। ଏଥି ମଧ୍ୟରୁ ଗୋଟିଏ ହେଲା ‘ଚାନ୍ଦନୀ’। ଏଥିରେ ତାଙ୍କୁ ବିକିନି ସିନ୍‌ରେ ଦେଖିବାକୁ ମିଳିଥିଲା। କିନ୍ତୁ ଦର୍ଶକ ଶ୍ରୀଦେବୀଙ୍କୁ ବିକିନିରେ ପସନ୍ଦ କରିନଥିଲେ।

ତନୁଶ୍ରୀ ଦତ୍ତ

ବଲିଉଡର ହଟ୍ ଆଣ୍ଡ୍ ବୋଲ୍ଡ ହିରୋଇନ୍ ହେଉଛନ୍ତି ତନୁଶ୍ରୀ ଦତ୍ତ। ‘ଆଶିକ୍‌ ବନାୟା ଆପ୍‌ନେ’ରେ ବିକିନି ସିନ୍ ଦେଇଥିଲେ ତନୁଶ୍ରୀ। କିନ୍ତୁ ଦର୍ଶକଙ୍କୁ ଏହି ସିନ୍ ପସନ୍ଦ ଆସିନଥିଲା।

Comment