ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଟେଲିଦୁନିଆର କୁଇନ୍ ଏକତା କପୁର କେତେକ ସାଧାରଣ କଳାକାରଙ୍କୁ ବଲିଉଡର ଷ୍ଟାର୍ ବନାଇଛନ୍ତି ଆସନ୍ତୁ ନଜର ପକାଇବା ସେହି ଷ୍ଟାରମାନଙ୍କ ଉପରେ

ଟେଲିଜଗତର ଖ୍ୟାତନାମା ପ୍ରଯୋଜିକା ହେଲେ ଏକତା କପୁର। ଏକତା ଇତି ମଧ୍ୟରେ ଟେଲି ଦୁନିଆରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ କରୁଛନ୍ତି। ଏହି ସମୟ ମଧ୍ୟରେ ସେ ଅନେକ କଳାକାରଙ୍କୁ ବ୍ରେକ୍ ଦେଇଛନ୍ତି। କେତେକ ଫ୍ଲପ୍ ବୋଲି କୁହାଯାଉଥିବା ଷ୍ଟାରମାନଙ୍କ କ୍ୟାରିଅରକୁ ଟପ୍‌ରେ ପହଞ୍ଚାଇଛି ଏକତା। ଆସନ୍ତୁ ଜାଣିବା ସେଭଳି କଳାକାରଙ୍କ ସମ୍ପର୍କରେ…

ସୁଶାନ୍ତ ସିଂହ ରାଜପୁତ

ସୁଶାନ୍ତ ସିଂହ ରାଜପୁତ ଏବେକାର ବଲିଉଡର ଜଣେ ଆଗଧାଡ଼ିର ନାୟକ। ତାଙ୍କୁ ଦର୍ଶକ ଇତିମଧ୍ୟରେ ‘କାଇପୋଚେ’, ‘ଏମ୍.ଏସ୍. ଧୋନି – ଦ ଅନଟୋଲ୍‌ଡ ଷ୍ଟୋରି’, ‘ରାବ୍‌ତା’ ଓ ‘ପିକେ’ ଭଳି ସିନେମାରେ ଦେଖିସାରିଛନ୍ତି। ସୁଶାନ୍ତ କିନ୍ତୁ ପ୍ରଥମେ ଟେଲିଭିଜନରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ମେଗା ଧାରାବାହିକ ହେଲା ‘ପବିତ୍ର ରିସ୍ତା’। ସୁଶାନ୍ତ ସିଂହ ରାଜପୁତଙ୍କୁ ଏଥିରେ ବ୍ରେକ୍ ଦେଇଥିଲେ ନିର୍ମାତା ଏକତା କପୁର।

ବିଦ୍ୟା ବାଲନ୍

ବିଦ୍ୟା ବାଲନ୍ ଜଣେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ। ସେ ‘ପରିଣୀତା’, ‘ଲଗେ ରହୋ ମୁନ୍ନା ଭାଇ’, ‘ଇସ୍କିୟା’, ‘ଦ ଡାର୍ଟି ପିକଚର୍’, ‘ହମାରି ଅଧୁରି କାହାଣୀ’ ଭଳି ହିଟ୍ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ବିଦ୍ୟା ବାଲନ୍ ଟେଲି ସିରିଏଲରୁ କ୍ୟାରିଅର୍ ଆରମ୍ଭ କରିଥିଲେ| ଏକତା କପୁରଙ୍କ ପ୍ରଯୋଜିତ ‘ହମ୍ ପାଞ୍ଚ୍’ ମେଗା ଧାରାବାହିକରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଦ୍ୟା। ପରେ ତାଙ୍କୁ ‘ପରିଣୀତା’ ଫିଲ୍ମରେ ନାୟିକା ଭୂମିକା ମିଳିଥିଲା।

ରୋନିତ ରାୟ

ରୋନିତ ରାୟ ବଡ଼ ପରଦାରେ ପ୍ରଥମେ ନାୟକ ଭୂମିକାରେ ନଜର ଆସିଥିଲେ। ହେଲେ ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ଲଗାତାର ଫ୍ଲପ୍ ହେବାରେ ଲାଗିଲା। ଏମିତି ଏକ ସମୟ ଆସିଲା, ଯେତେବେଳେ ସମସ୍ତେ ରାନିତ ରାୟଙ୍କୁ ଫ୍ଲପ୍ ଷ୍ଟାର୍ ବୋଲି କହିବାକୁ ଆରମ୍ଭ୍ କରି ଦେଲେ। ଏଭଳି ସମୟରେ ଏକତା କପୁର ରୋନିତ ରାୟଙ୍କୁ ତାଙ୍କ ମେଗା ଧାରାବାହିକ ‘କସୌଟି ଜିନ୍ଦେଗି କେ’ରେ ‘ମିଷ୍ଟର ବଜାଜ୍’ ଭୂମିକାରେ ସୁଯୋଗ ଦେଇଥିଲେ। ଏହି ଭୂମିକାରେ ଅଭିନୟ କରିବା ପରେ ପୁଣି ଭାଗ୍ୟ ଚମକିଥିଲା ରୋନିତଙ୍କର। ସେ ଘରେ ଘରେ ମିଷ୍ଟର ବଜାଜ୍ ରୂପେ ପରିଚିତ ହୋଇଥିଲେ।

ପ୍ରାଚୀ ଦେଶାଇ

ବଲିଉଡର ସୁନ୍ଦରୀ ନାୟିକା ପ୍ରାଚୀ ଦେଶାଇଙ୍କୁ ବ୍ରେକ୍ ଦେଇଥିଲେ ଟେଲି ଦୁନିଆର କୁଇନ୍‍ ଏକତା କପୁର। ଏକତା ପ୍ରାଚୀଙ୍କୁ ଲୋକପ୍ରିୟ ମେଗା ସିରିଏଲ୍ ‘କସମ୍’ରେ ହିଁ ଲଞ୍ଚ୍ କରିଥିଲେ। ଏହି ସିରିଏଲରେ ପ୍ରାଚୀ ଧମାକାକରି ରାତାରାତି ଷ୍ଟାର ବନିଯାଇଥିଲେ। ଟେଲି ନାୟିକାରୁ ସେ ସିନେ ନାୟିକା ବନିଥିଲେ। ପ୍ରାଚୀ ଦେଶାଇଙ୍କୁ ‘ରକ୍ଅନ୍’, ‘ୱାନ୍ସ ଅପ୍ ଅନ୍ ଏ ଟାଇମ୍ ଇନ୍ ମୁମ୍ବାଇ’ ଓ ‘ବୋଲ ବଚ୍ଚନ’ ଭଳି ସିନେମାରେ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲା।

ରାଜୀବ ଖଣ୍ଡେଲୱାଲ

ଚର୍ଚ୍ଚିତ ଟିଭି ତାରକା ରାଜୀବ ଖଣ୍ଡେଲୱାଲଙ୍କୁ ପ୍ରଥମ ଥର ପାଇଁ ଛୋଟ ପରଦାରେ ଦେଖିବାକୁ ମିଳିଥିଲା ସିରିଆଲ୍ ‘କହିଁ ତୋ ହୋଗା’ରେ। ଏହି ସିରିଏଲରୁ ସେ ଷ୍ଟାର୍ ବନିଯାଇଥିଲେ। ତାଙ୍କୁ ଷ୍ଟାର୍ ବନାଇଥିଲେ ପ୍ରଯୋଜିକା ଏକତା କପୁର। ଏହାପରେ ରାଜୀବ ଖଣ୍ଡେଲୱାଲ୍ ବଲିଉଡରେ ଏଣ୍ଟ୍ରି ନେଇଥିଲେ। ସେ ‘ଆମିର୍’, ‘ଫିଭର୍’ ଓ ‘ଟେବୁଲ୍ ନଂ ୨୧’ ଭଳି ସିନେମାରେ ନଜର ଆସିଛନ୍ତି।

ମୌନି ରୟ

ଏକତା କପୁର ଆଜିକାର ଚର୍ଚ୍ଚିତ ଟେଲିନାୟିକା ତଥା ସିନେନାୟିକା ମୌନି ରୟଙ୍କୁ ବି ବ୍ରେକ୍ ଦେଇଥିଲେ। ଏକତାଙ୍କ ସୁପରହିଟ୍ ସିରିଏଲ୍ ‘ନାଗିନ୍’ରେ ମୌନି ରାୟ ଜବରଦସ୍ତ ଧମାକା କରିଥିଲେ। ଏବେ ମୌନି ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ ‘ଗୋଲ୍ଡ’ରେ ନଜର ଆସିବେ। ସେ ମଧ୍ୟ ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି।

ଅନୀତା ହସନନ୍ଦିନୀ

ଟେଲିଜଗତର ଲୋକପ୍ରିୟ ନାୟିକା ଅନୀତା ହସନନ୍ଦିନୀଙ୍କୁ ବି ବିଗ୍ ବ୍ରେକ୍ ଦେଇଥିଲେ ଏକତା କପୁର। ସେ ‘କାବ୍ୟାଞ୍ଜଳି’ ସିରିଏଲରୁ କ୍ୟାରିଅର୍ କରିଥିଲେ। ଅନୀତା ‘କୁଛ୍‌ ତୋ ହେ’, ‘କ୍ରିଷ୍ଣା କଟେଜ’ ଆଦି ବଲିଉଡ ସିନେମାରେ ନଜର ଆସିଛନ୍ତି। ଏବେ ଏକତାଙ୍କ ଲୋକପ୍ରିୟ ସିରିଏଲ ‘ୟେ ହେ ମୋହବତେଁ’ ତଥା ‘ନାଗିନ୍-୩’ରେ ନଜର ଆସୁଛନ୍ତି ଅନୀତା।

Comment