ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଏଟି-ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇ
  • ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ଜେଲ ଦଣ୍ଡାଦେଶ
  • ଏଟି ଠକେଇରେ ୫ ବର୍ଷ
  • ସ୍ୱସ୍ତିକ ଇଣ୍ଡିଆ ଠକେଇରେ ୩ ବର୍ଷ

ଚିଟଫଣ୍ଡ ଠକେଇର ଆଜି ବଡ ରାୟ ଶୁଣାଇଛନ୍ତି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଅର୍ଥତତ୍ତ୍ୱ(ଏଟି) ଏବଂ ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ନିର୍ଦ୍ଦେଶକ ଜଗବନ୍ଧୁ ପଣ୍ଡାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ୮ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

ଏଟି ଚିଟଫଣ୍ଡ ଠକେଇରେ ୫ ବର୍ଷ ଏବଂ ସ୍ୱସ୍ତିକ ଇଣ୍ଡିଆ ଚିଟଫଣ୍ଡ ଠକେଇରେ ୩ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

ଏଟି ଚିଟଫଣ୍ଡ ଠକେଇରେ ଜଗବନ୍ଧୁ ପଣ୍ଡାଙ୍କୁ ୨୦୧୩ ମେ ୨୮ରେ କମିଶନରେଟ ପୋଲିସ ଗିରଫ କରିଥିଲା। ଗିରଫ ହେବା ପରେ ତାଙ୍କ ଜାମିନ ନାମଞ୍ଜୁର ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା। ୨୦୧୭ରେ ଓଡ଼ିଶା ହାଇକୋର୍ଟରୁ ଜଗବନ୍ଧୁ ସର୍ତ୍ତମୂଳକ ଜାମିନ ପାଇଥିଲେ।

Comment