ଓଡ଼ିଶାଲାଇଭ୍‌ ବ୍ୟୁରୋ 

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ବକ୍ସ ଅଫିସରେ ଧୂମ୍ ମଚାଇଛି। ଚଳିତବର୍ଷର ସବୁଠୁ ରେକର୍ଡ ବ୍ରେକର ଫିଲ୍ମ ଭାବେ ‘ବାହୁବଳୀ’କୁ ମଧ୍ୟ ପଛରେ ପକାଇଛି।

ଶୁକ୍ରବାର ଦିନ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ସଞ୍ଜୁ’ ଖୁବ୍‌ ସଫଳତାର ସହ ଆଗେଇ ଚାଲିଛି। ଧମାକାଦାର ଏଣ୍ଟ୍ରି ସାଙ୍ଗକୁ ପ୍ରଥମ ଦିନର ଆୟରେ ରେକର୍ଡ କରିଛି ଏହି ଫିଲ୍ମ। ଫିଲ୍ମ ‘ବାହୁବଳୀ’କୁ ମଧ୍ୟ ପଛରେ ପକାଇଛି ‘ସଞ୍ଜୁ’।

ବିଶିଷ୍ଟ ସିନେ ସମୀକ୍ଷକ ତରନ ଆଦର୍ଶଙ୍କ ଟୁଇଟ୍‌ ଅନୁଯାୟୀ ଫିଲ୍ମ ‘ବାହୁବଳୀ’ ତୃତୀୟ ଦିନରେ ୪୬.୫୦ କୋଟି ବିଜନେସ୍‌ କରିଥିବା ବେଳେ ‘ସଞ୍ଜୁ’ କରିଛି ୪୬.୭୧ କୋଟି। ଏଥିରୁ ସ୍ପଷ୍ଟଭାବେ କୁହାଯାଇ ପାରେ ରଣବୀର କପୁରଙ୍କ ଷ୍ଟାରକାଷ୍ଟରେ ନିର୍ମିତ ହୋଇଥିବା ବାୟୋପିକ୍‌ ‘ସଞ୍ଜୁ’ ସବୁ ରେକର୍ଡକୁ ପଛରେ ପକାଇ ଦେଇଛି।

ଏହି ଫିଲ୍କ ଦେଖିବା ପାଇଁ ପ୍ରଥମ ଦିନରୁ ହିଁ ହଲ୍‌ରେ ଦର୍ଶକଙ୍କ ବେଶ ଭିଡ଼ ଜମିଥିଲା। ଏହି ସଫଳତା ଆଧାରରେ ୨୦୧୮ର ‘ସଞ୍ଜୁ’ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର କପୁର ଚତ୍ମକାର ଅଭିନୟ କରିଛନ୍ତି। ଶୁକ୍ରବାର ଓ ଶନିବାର ଦିନ ଏହି ସିନେମା ପ୍ରାୟ ୭୩.୩୫ କୋଟି ଟଙ୍କା ଆୟ କରିସାରିଛି।

‘ରେସ୍‌ ୩’ର ୨ୟ ଦିନର ଆୟ ୩୮.୧୪ କୋଟି ଟଙ୍କା ଥିବା ବେଳେ ‘ସଞ୍ଜୁ’ର ୨ୟ ଦିନର ଆୟ ୩୮.୬୦ କୋଟି ଟଙ୍କା ଥିଲା।

ସଞ୍ଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ଅଭିନୟ କରୁଛନ୍ତି। ତାଙ୍କ ପିତା ସୁନିଲ ଦତ୍ତଙ୍କ ଭୁମିକାରେ ନଜର ଆସିଛନ୍ତି ପରେଶ ରାୱଲ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହିରାନୀ। ଏଥିରେ ଅନୁଷ୍କା ଶର୍ମା, ସୋନମ କପୁର, ଦିଆ ମିର୍ଜାଙ୍କ ଭଳି କଳାକାର ନଜର ଆସିଛନ୍ତି।

Comment