ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଲଞ୍ଚ ହେଲା ବିଏସଏନଏଲ ପତଞ୍ଜଳି ପ୍ଲାନ। ବିଏସ୍‌ଏନ୍‌ଏଲ୍‌ ପତଞ୍ଜଳି ପ୍ଲାନ-୧୪୪ରେ ଯେକୌଣସି ନେଟଓ୍ଵାର୍କକୁ ଅସୀମିତ ଭଏସ୍‌ କଲ୍‌ କରିବା ସହିତ ଦିନକୁ ୨ଜିବି ଡାଟା ଏବଂ ୧୦୦ ଏସ୍‌ଏମ୍‌ଏସ୍‌ ମାଗଣା ପାଇପାରିବେ।

ଓଡ଼ିଶାରେ ବିଏସ୍‌ଏନ୍‌ଏଲ୍‌ ପତଞ୍ଜଳି ପ୍ଲାନ ଆରମ୍ଭ କରିଛି। ବିଏସ୍‌ଏନ୍‌ଏଲ୍‌ ପତଞ୍ଜଳି ପ୍ଲାନ-୧୪୪ ପ୍ରାରମ୍ଭରେ ପତଞ୍ଜଳି ପରିବାର ଏବଂ ସ୍ୱଦେଶୀ ସମୃଦ୍ଧି କାର୍ଡଧାରୀମାନଙ୍କୁ ମଳିବ।

ଏହି ପ୍ଲାନରେ ଜଣେ ଗ୍ରାହକ ୩୦ ଦିନ ପାଇଁ ଦେଶବ୍ୟାପୀ ଯେକୌଣସି ନେଟଓ୍ଵାର୍କକୁ ଅସୀମିତ ଭଏସ୍‌ କଲ୍‌ କରିବା ସହିତ ଦିନକୁ ୨ଜିବି ଡାଟା ଏବଂ ୧୦୦ ଏସ୍‌ଏମ୍‌ଏସ୍‌ ମାଗଣା ପାଇପାରିବେ।

ପତଞ୍ଜଳି ଉତ୍ପାଦ ବ୍ୟବହାର କରୁଥିବା ଜନସାଧାରଣ ସ୍ୱଦେଶୀ ସମୃଦ୍ଧି କାର୍ଡ ମାଧ୍ୟମରେ ୧୦୦ ଟଙ୍କା ପଇଠ କଲେ ହି ପ୍ଲାନ୍‌ର ସୁବିଧା ପାଇପାରିବେ।

ସିମ୍‌କାର୍ଡଧାରୀମାନେ ପତଞ୍ଜଳି ଉତ୍ପାଦ ଉପରେ ୧୦ପ୍ରତିଶତ ପର୍ଯ୍ୟନ୍ତ ରିହାତି ସୁବିଧା ପାଇବା ସହିତ ସ୍ଥାୟୀ ଅକର୍ମଣ୍ୟ କ୍ଷେତ୍ରରେ ଅଢ଼େଇ ଲକ୍ଷ ଏବଂ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପାଇପାରିବେ।

Comment