ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୮ର ଫାର୍ଷ୍ଟ ହାଫରେ ଓଲିଉଡ ପରଦାରେ କେତେକ ଫ୍ରେସ୍ ଯୋଡ଼ି ନଜର ଆସିଛନ୍ତି ଏହି ଫ୍ରେସ୍ ଯୋଡ଼ିଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା

ଓଲିଉଡକୁ ୨୦୧୮ ପ୍ରଥମାର୍ଦ୍ଧରେ କେତେଜଣ ଏକଦମ୍ ନୂଆ ଯୋଡ଼ି ରୂପେଲି ପରଦାରେ ନଜର ଆସିଛନ୍ତି। ଓଡ଼ିଆ ସିନେଇଣ୍ଡଷ୍ଟ୍ରିର ଏହି ନବାଗତ ଯୋଡ଼ିମାନଙ୍କ ଉପରେ ଆସନ୍ତୁ ନଜର ପକାଇବା|

ସବ୍ୟସାଚୀଏଲିନା

ଏ ବର୍ଷର ଅନ୍ୟ ଚର୍ଚ୍ଚିତ ଯୋଡ଼ି ହେଲେ ସବ୍ୟସାଚୀ-ଏଲିନା। ଉଭୟ ସବ୍ୟସାଚୀ ଓ ଏଲିନା ଓଲିଉଡରେ ଲୋକପ୍ରିୟ ହୋଇଥିଲେ ବି ଆଗରୁ କେବେ ଏକାଠି ବଡ଼ ପରଦାରେ ଆସିନଥିଲେ। ସବ୍ୟସାଚୀ-ଏଲିନାଙ୍କ ଯୋଡ଼ିକୁ ପ୍ରଥମ ଥର ପାଇଁ ‘ଫୋର ଇଡିଅଟ୍ସ’ରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ଆର୍ଯ୍ୟନ୍ନିକିତା

ଓଲିଉଡରେ ଏ ବର୍ଷ ବେଶ୍ ଚର୍ଚ୍ଚାରେ ରହିଛନ୍ତି ନୂଆ ଯୋଡ଼ି ଆର୍ଯ୍ୟନ୍ ଦାଶ କୁମାର-ନିକିତାଙ୍କ ଯୋଡ଼ି। ଆର୍ଯ୍ୟନ୍ ଜଣେ ମଡେଲ୍ ଓ କେତୋଟି ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ଅନ୍ୟପକ୍ଷରେ ନିକିତା ହେଉଛନ୍ତି ଜଣେ ଜଣାଶୁଣା ଶିଶୁ କଳାକାର। ଆର୍ଯ୍ୟନ୍-ନିକିତାଙ୍କ ଯୋଡ଼ିକୁ ପରଦାରେ ଦର୍ଶକ ଦେଖିବାକୁ ପାଇଛନ୍ତି ୨୦୧୮ର ଏକ ବହୁଚର୍ଚ୍ଚିତ ଓଡ଼ିଆ ସିନେମା ‘ଯୋଗୀ’ରେ। ଶ୍ରୀଧର ମାର୍ଥା ଏହାର ପ୍ରଯୋଜନା କରିଥିବା ବେଳେ ନିରଞ୍ଜନ ବେହେରା ଏହାର ନିର୍ଦ୍ଦେଶନା ଦେଇଥିଲେ।

ଜ୍ୟୋତିଏଲିନା

ଦର୍ଶକ ‘ହାପିଲକି’ରେ ଜ୍ୟୋତି-ଏଲିନାଙ୍କ ନୂଆ ଯୋଡ଼ିକୁ ଭେଟିଥିଲେ।

 

ବାବୁସାନ୍ଦିବ୍ୟା

‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ସିନେମାରେ ବାବୁସାନ୍ ଓ ନବାଗତା ଦିବ୍ୟାଙ୍କ ଯୋଡ଼ି ଥିଲା ଦର୍ଶକଙ୍କ ପାଇଁ ଏକଦମ୍ ଫ୍ରେସ୍। ବାବୁସାନ୍-ଦିବ୍ୟାଙ୍କର ଏହି ଯୋଡ଼ି ଦର୍ଶକଙ୍କ ମନ ଜିଣିପାରିଥିଲେ।

ଅର୍ପଣଅନ୍ୱେଷା

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଟି. ଗଣେଶ ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ହତ୍ୟା’ରେ ଏକ ନୂଆ ଯୋଡ଼ିକୁ ନେଇଥିଲେ। ଏହି ଯୋଡ଼ି ହେଲେ ଅର୍ପଣ-ଅନ୍ୱେଷା। ଏହି ଯୋଡ଼ି ଅବଶ୍ୟ ବିଶେଷ ଚର୍ଚ୍ଚିତ ହୋଇପାରିନଥିଲେ।

ବିଭାସସୋନାଲୀ

ଏକ ଭଲ ସିନେମା ଭାବେ ସମୀକ୍ଷକଙ୍କ ଦ୍ୱାରା ଆଦୃତ ହୋଇଥିଲା ଓଡ଼ିଆ ସିନେମା ’ମନର ମାନସୀ’। ଏହି ଫିଲ୍ମରେ ଏକ ନୂଆ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇଥିଲେ। ଏହି ଯୋଡ଼ି ହେଉଛି ବିଭାସ ଓ ସୋନାଲୀଙ୍କ ଯୋଡ଼ି। ଏହି ରୋମାଣ୍ଟିକ୍ ଫିଲ୍ମରେ ବିଭାସସୋନାଲୀଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ବେଶ୍‍ ପସନ୍ଦ ଆସିଥିଲା।

ଆକାଶପୁନମ୍

‘ଫୋର ଇଡିଅଟ୍ସ’ ସିନେମାରେ ଦର୍ଶକ ପ୍ରଥମ ଥର ପାଇଁ ଲୋକପ୍ରିୟ ନାୟକ ଆକାଶଙ୍କ ବିପକ୍ଷରେ ପୁନମ୍‌ଙ୍କୁ ଦେଖିବାକୁ ପାଇଛନ୍ତି।

ଚିତ୍ତ ତ୍ରିପାଠୀଲିପ୍ସା ମିଶ୍ର

‘ଫୋର୍ ଇଡିଅଟ୍ସ’ ଫିଲ୍ମରେ ଚିତ୍ତ ତ୍ରିପାଠୀ-ଲିପ୍‌ସାଙ୍କ ଯୋଡ଼ି ବି ଥିଲା ଏକଦମ୍ ଫ୍ରେସ୍।

ସମ୍ବିତସୁସ୍ମିତା

‘ହାପିଲକି’ ସିନେମାର ସମ୍ବିତ-ସସ୍ମିତାଙ୍କ ଯୋଡ଼ି ବେଶ୍ ଚର୍ଚ୍ଚାରେ ରହିଥିଲେ।

ସୂର୍ଯ୍ୟକାନ୍ତହିମିକା

‘ଗୁଡ଼ୁ ଆଣ୍ଡ୍ ଗୁଡ଼ି’ରେ ସୂର୍ଯ୍ୟକାନ୍ତ-ହିମିକାଙ୍କ ନୂଆ ଯୋଡ଼ି ବିଶେଷ ଚର୍ଚ୍ଚା ସାଉଁଟି ପାରିନଥିଲେ।

କରଣସୂରମୟୀ

‘ଶକ୍ତି’ ସିନେମାରେ କରଣ- ସୂରମୟୀଙ୍କ ଯୋଡ଼ି ସେମାନଙ୍କର ଜଲୱା ଦେଖାଇଛନ୍ତି।

ମୁନ୍ନାରୀୟା

‘ଦିୱାନା ହେଲି ତୋ’ ପାଇଁ’ ଫିଲ୍ମରେ ଦର୍ଶକ ଯେଉଁ ଯେଉଁ ନୂଆ ଯୋଡ଼ିକୁ ଦେଖିବାକୁ ପାଇଥିଲେ, ତାହା ହେଲା ମୁନ୍ନା-ରୀୟାଙ୍କ ଯୋଡ଼ି।

Comment